ନାସା ସାଟେଲାଇଟରୁ ଆସିଲା ଶିମିଳିପାଳରେ ଜଙ୍ଗଲ ଜଳୁଥିବାର ଚିତ୍ର, ବହୁ ସ୍ଥାନରେ ‘ରେଡ ସ୍ପଟ୍’

ଭୁବନେଶ୍ବର: ଶିମିଳିପାଳକୁ ନେଇ ସତ କ’ଣ? କାରଣ ଶିମିଳିପାଳରେ ଲାଗିଥିବା ନିଆଁକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି । ଏହାରି ଭିତରେ ନାସା ଜାରି କରିଛି ଶିମିଳିପାଳର ନୂଆ ଚିତ୍ର। ମହାକାଶରୁ ଉପଗ୍ରହ ମାଧ୍ୟମରେ ନିଆ ଯାଇଥିବା ଏହି ଚିତ୍ରରେ ଜଙ୍ଗଲ ବିଭିନ୍ନ ସ୍ଥାନରେ ‘ରେଡ ସ୍ପଟ୍’ ଅର୍ଥାତ ନିଆଁ ଜଳୁଥିବା ସ୍ପଷ୍ଟ ହୋଇଛି ।  ସେପଟେ  ଶିମିଳିପାଳ ଗସ୍ତରେ ଥିବା ବନ୍ୟପ୍ରାଣୀ ପିସିସିଏଫଙ୍କ କହିବା ହେଲା, ନିଆଁ ସଂପୂର୍ଣ୍ଣ ଆୟତ୍ତରେ ଅଛି । ବିଶେଷ କ୍ଷତିଗ୍ରସ୍ତ ହୋଇନାହିଁ ଶିମିଳିପାଳ।

ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଶିମିଳିପାଳର ଭୟଙ୍କର ନିଆଁକୁ କ୍ୟାମେରାରେ କଏଦ କରିଛି  । ପ୍ରାୟ ୩ ଘଣ୍ଟା ଧରି ଶିମିଳିପାଳର ନିଆଁକୁ ଅନୁଧ୍ୟାନ କରିଛି ନାସା ।  ନାସାର ଏହି ଅନୁଧ୍ୟାନର ଅନୁଯାୟୀ, ଶିମିଳିପାଳର ପାଖାପାଖି  ଶହେଟି ସ୍ଥାନରେ ରେଡ ସ୍ପଟ ଦେଖାଯାଇଛି । ଅର୍ଥାତ ସେହି ସ୍ଥାନରେ ନିଆଁ ଜଳୁଥିବା ଦୃଶ୍ୟ ଏକପ୍ରକାର ସ୍ପଷ୍ଟ ହୋଇଛି ।  ସେପଟେ ଶିମିଳିପାଳ ନିଆଁ ନେଇ ପିସିସିଏଫ ୱାଇଲଡ ଲାଇଫ ଶଶୀ ପଲ ଦୁଇଦିନ ଧରି ଶିମିଳିପାଳ ଗସ୍ତ କରିଛନ୍ତି । ସେ କହିଛନ୍ତି ଶିମିଳିପାଳ ଜଙ୍ଗଲ  ନିୟନ୍ତ୍ରଣରେ ଥିଲା ଓ ଅଛି । ଶୁଖିଲା ପତ୍ର ଓ କେବଳ ବୁଦା ଜଳିଛି ହେଲେ ବଡ ଗଛ ଜଳିନି ।

Picture Courtsey : NASA

ତେବେ ଶିମିଳିପାଳ ନିଆଁକୁ ନେଇ ସତ କ’ଣ? କାରଣ ଶିମିଳିପାଳରେ ଲାଗିଥିବା ନିଆଁକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି । ଶିମିଳିପାଳ ଗସ୍ତରେ ଥିବା ବନ୍ୟପ୍ରାଣୀ ପିସିସିଏଫଙ୍କ କହିବା ଅନୁସାରେ ନିଆଁ ସଂପୂର୍ଣ୍ଣ ଆୟତରେ ଅଛି । ସେହିପରିି କିଭଳି ବଡଗଛ କିମ୍ବା ବିରଳ ବନ୍ୟପ୍ରାଣୀଙ୍କର କ୍ଷୟକ୍ଷତି ହୋଇନାହିଁ ବୋଲି ବିଭାଗୀୟ ଉଚ୍ଚ ପଦାଧିକାରୀ କହୁଛନ୍ତି । ମାତ୍ର କିଛି ଗବେଷକ ଓ ପରିବେଶ କାର୍ଯ୍ୟକର୍ତ୍ତା ଏହାକୁ ଗ୍ରହଣ କରିବାକୁ ରାଜି ନୁହନ୍ତି।

ସମ୍ବନ୍ଧିତ ଖବର