ବାରିପଦା : ଆସନ୍ତା ୧୬ ତାରିଖରୁ ପ୍ରାୟ ସାଢ଼େ ୪ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ମୌସୁମୀ ବର୍ଷା ଥମିବା ପରେ ଶିମିଳିପାଳ ଆଭ୍ୟନ୍ତରୀଣ ରାସ୍ତା ଓ ପୋଲ ମରାମତି କାମ କରାଯିବ। ଏହା ପରେ ନଭେମ୍ବର ୧ରୁ ପୁଣି ସ୍ବାଭାବିକ ଭାବେ ଶିମିଳିପାଳ ଅଭୟାରଣ୍ୟ ଖୋଲା ରହିବ ବୋଲି କହିଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୁଖ୍ୟ ବନ ସଂରକ୍ଷକ ଟି. ଅଶୋକ କୁମାର। ଶିମିଳିପାଳର ମନୋରମ ପରିବେଶକୁ ଉପଭୋଗ କରିବା ପାଇଁ ରାଜ୍ୟ ତଥା ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଛୁଟିଆସନ୍ତି। ଏଥିସହ ଗବେଷକମାନେ ବି ଗବେଷଣା ପାଇଁ ଶିମିଳିପାଳ ଅଭୟାରଣ୍ୟକୁ ବହୁ ସଂଖ୍ୟାରେ ଆସିଥାନ୍ତି। ତେବେ ମୌସୁମୀ ବର୍ଷା ଆସିଲେ ଶିମିଳିପାଳ ଅଭୟାରଣ୍ୟ ଭିତର ମାଟିରାସ୍ତା ଓ ପୋଲ ବିପଦସଙ୍କୁଳ ହୋଇଯାଏ। ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ବିପଦ ଆଶଙ୍କା ଥିବାରୁ ପ୍ରତିବର୍ଷ ମୌସୁମୀ ଆଗମନ ପୂର୍ବରୁ ଶିମିଳିପାଳକୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥାଏ।
ଜୁନ୍ ୧୬ରୁ ଅକ୍ଟୋବର ୩୧ ଯାଏ ଶିମିଳିପାଳ ବନ୍ଦ
/sambad/media/post_attachments/wp-content/uploads/2021/11/Similipal-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)