ବାରିପଦା : ପ୍ରତିକୂଳ ପାଗ ପାଇଁ ଶିମିଳିପାଳକୁ ୨ରୁ ୩ ଦିନ ସାମୟିକ ଭାବେ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଅଭୟାରଣ୍ୟ କର୍ତ୍ତୃପକ୍ଷ। ଏ ସଂପର୍କରେ ସୂଚନା ଦେଇଛନ୍ତି ଆର୍ସିସିଏଫ୍ ତଥା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧିକାରୀ ଡ. ଜଗଦାନନ୍ଦ।
ଗଲା ୨ ଦିନ ଧରି ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଛି। ତା ସାଙ୍ଗକୁ ସମଗ୍ର ଅଭୟାରଣ୍ୟକୁ ଘନ କୁହୁଡ଼ିର ଚାଦର ଆଚ୍ଛାଦିତ କରିରଖିଛି। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଆସନ୍ତାକାଲି ମଙ୍ଗଳବାର ମଧ୍ୟ ଶିମିଳିପାଳ ବନ୍ଦ ରହିବ। ଏହାପୂର୍ବରୁ ଆଭ୍ୟନ୍ତରୀଣ ଅଞ୍ଚଳରେ କେତେ ବର୍ଷା ହୋଇଛି ସେ ନେଇ ରିପୋର୍ଟ ସଂଗ୍ରହ କରାଯିବ ଓ ୨ରୁ ୩ ଦିନ ଭିତରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ସମ୍ପର୍କିତ ସ୍ପଷ୍ଟ ଚିତ୍ର ଆସିଯିବ ବୋଲି ଅଭୟାରଣ୍ୟ କର୍ତ୍ତୃପକ୍ଷ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/similipal-750x430.jpg)