ପାରାଦୀପ: ପାରାଦୀପ ବନ୍ଦରର ସିକ୍ୟୁ -୧ ବର୍ଥରେ ଲାଗିଲା ସର୍ବାଧିକ ପଣ୍ୟ ପରିବହନ କ୍ଷମତା ରଖିଥିବା ଜାହାଜ ଏମ.ଭି ଲିଲା ଲିସବନ। ଯାହାକୁ ନେଇ ପାରାଦୀପ ବନ୍ଦରର ଷ୍ଟିବେଡୋର ସଂସ୍ଥା ସ୍ୱସ୍ତିକ ଷ୍ଟିବେଡୋରର କର୍ମଚାରୀ ମାନଙ୍କ ମଧ୍ୟରେ ଆନନ୍ଦର ମାହୋଲ ସୃଷ୍ଟି ହୋଇଛି। ଓମାନର ସଲାଲା ବନ୍ଦରରୁ ୧ ଲକ୍ଷ ୩୪ ହଜାର ୩୭୫ ମେଟ୍ରିକ ଟନ ଜିପିସମ ଲୋଡ଼ କରି ପାରାଦୀପରେ ପହଁଚିଛି ସର୍ବାଧିକ ପଣ୍ୟ ପରିବହନ କ୍ଷମତା ରଖିଥିବା ଏହି ପାଣ୍ୟବାହି ଜାହାଜ ଏମ.ଭି.ଲିଲା. ଲିସବନ।
Sambad is now on WhatsApp
Join and get latest news updates delivered to you via WhatsApp
ପାରାଦୀପ ବନ୍ଦର ମେରାଇନ ବିଭାଗ ଓ ଟ୍ରାଫିକ ବିଭାଗ ତରଫରୁ ଏହି ଜାହାଜକୁ ସମୁଦ୍ରରୁ ସୁପରଭିଜନ କରି ଆଣିବା ପରେ ବନ୍ଦର ର ସିକ୍ୟୁ -୧ ବର୍ଥରେ ଲାଗିବା ପରେ ଜାହାଜର ପଣ୍ୟ ଖଲାସୀ କାର୍ଯ୍ୟ ଆରମ୍ଭ ହେବ। ପାରାଦୀପ ବନ୍ଦରର ଷ୍ଟେଭିଡୋର ସଂସ୍ଥା ସ୍ୱସ୍ତିକ ଷ୍ଟେଭିଡୋର ପକ୍ଷରୁ ପାଖାପାଖି ୫ ଦିନ ମଧ୍ୟରେ ସମସ୍ତ ଜିପିସମ ଖଲାସୀ କରାଯିବା ନେଇ ସ୍ୱସ୍ତିକ ଷ୍ଟେବିଡୋର ସଂସ୍ଥାର ପରିଚାଳକ ସତ୍ୟପ୍ରିୟ ମିଶ୍ର କହିଛନ୍ତି।