ବାତ୍ୟା ‘ୟାସ୍’ ମୁକାବିଲା ପାଇଁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ରାଷ୍ଟ୍ରମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ : ବାତ୍ୟା ‘ୟାସ୍’ର ମୁକାବିଲା ପାଇଁ ପୂର୍ବ ତଟରେ ଥିବା ବନ୍ଦର ଗୁଡ଼ିକର ପ୍ରସ୍ତୁତିକୁ ନେଇ ଆଜି ସମୀକ୍ଷା କରିଥିଲେ କେନ୍ଦ୍ର ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ମନଶୁଖ ମଣ୍ଡଭିଆ। ବୈଠକରେ ବୃହତ୍ ବନ୍ଦର ଗୁଡ଼ିକର ଅଧ୍ୟକ୍ଷମାନଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ମନ୍ତ୍ରାଳୟରେ ଚବିଶ ଘଣ୍ଟିଆ କଣ୍ଟ୍ରୋଲ ରୁମ ସ୍ଥାପନ କରାଯାଇଥିବା, ଅଞ୍ଚଳରେ ଥିବା ସିଫିଂ କମ୍ପାନୀ ତଥା ଅପରେଟର ମାନଙ୍କୁ ଆଡଭାଇଜରି ଜାରି କରାଯିବା ବନ୍ଦର ଅଞ୍ଚଳରେ ରେଳ, ରୋଡ଼ ଗମନାଗମନକୁ ସ୍ଥଗିତ ରଖିବା ସମ୍ପର୍କୀତ ଆକ୍‌ସନ୍ ପ୍ଲାନ ପ୍ରସ୍ତୁତ କରାଯିବା, ବନ୍ଦର ଆମ୍ବୁଲାନ୍‌ସ ଗୁଡ଼ିକ ପ୍ରସ୍ତୁତ ରଖିବା ଭଳି ପଦକ୍ଷେପ ନିଆଯାଇଥିବାର ବୈଠକରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବୈଠକରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ମଣ୍ଡାଭିଆ ବାତ୍ୟା ‘ୟାସ୍’ରେ ଯେଭଳି ଧନଜୀବନର ନଷ୍ଟ ହୁଏ ତାହାକୁ ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର