ଭାଙ୍ଗିବନି ପରଂପରା: ଲକ୍‌ଡାଉନ୍ ନିୟମ ମାନି ୨୭ରେ ପାଳନ ହେବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା

ଭୁବନେଶ୍ୱର: ଚଳିତ ବର୍ଷ ମଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରାରେ ପରଂପରା ଭାଙ୍ଗିବ ନାହିଁ । କିନ୍ତୁ କରୋନା ଭାଇରସ ଯୋଗୁଁ ଭଗବାନ ଶିବ ଓ ମା’ ପାର୍ବତୀଙ୍କ ବିବାହ ଉତ୍ସବ ଯଦିଓ ଆଡମ୍ବର ସହ ପାଳନ ହେବ ନାହିଁ, ତଥାପି ନିରାଡମ୍ବର ସହ ପାଳନ ହେବ । ଆସନ୍ତା ୨୭ ତାରିଖରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବ ବୋଲି ଏକ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକରେ ପରଂପରା ନ ଭାଙ୍ଗି ଲକ୍‌ଡାଉନ୍ ନିୟମ ମାନି ଶୀତଳ ଷଷ୍ଠୀ ଯାତ୍ରା ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଶୀଳତ ଷଷ୍ଠୀ ଯାତ୍ରା ପାଇଁ ଭୁବନେଶ୍ୱର ମହାନଗର ନିଗମର କମିସନରଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କ ଚିଠି ଲେଖାଯିବ । ବିଏମ୍‌ସିର ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଯେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଶୀଳତ ଷଷ୍ଠୀ ଯାତ୍ରା ପାଇଁ ସମସ୍ତ ନିୟମ ପାଳନ କରାଯିବ ।

ସୂଚନାଯୋଗ୍ୟ, ସମଗ୍ର ବିଶ୍ୱରେ କରୋନା ଭାଇରସ ଯୋଗୁଁ ହାହାକାର ଦେଖାଯାଇଛି । ଲକଡାଉନ ଯୋଗୁଁ ଚାରିଆଡେ ଜନଶୂନ୍ୟ ଦେଖାଯାଇଛି । ରାସ୍ତାଘାଟରେ ବହୁତ କମ ଲୋକ ଯିବାଆସିବା କରୁଛନ୍ତି । ଧର୍ମାନୁଷ୍ଠାନରେ କେବଳ ପୂଜାରୀ ବ୍ୟତୀତ ଆଉ କେହି ନାହାନ୍ତି । ମନ୍ଦିରକୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ବାରଣ ହୋଇଛି ।

ସମ୍ବନ୍ଧିତ ଖବର