ସରିଲା ଦେବ ନିମନ୍ତ୍ରଣ, ଶିବ ବିବାହ ଆଜି : ସାକ୍ଷୀ ରହିବା ପାଇଁ ଆସିଲେ ସାକ୍ଷୀଗୋପୀନାଥ

ସମ୍ବଲପୁର : ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହର ଚଳଚଞ୍ଚଳ ହୋଇଉଠିଛି। ଆଜି ଭଗବାନ ଶିବଙ୍କ ସହ ମାତା ପାର୍ବତୀଙ୍କ ବିବାହ ନିମନ୍ତେ ଦେବଦେବୀଙ୍କୁୁ ନିମନ୍ତ୍ରଣ କରାଯାଇଛି। ନନ୍ଦପଡ଼ାର ବଂବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ବିବାହରେ ସାକ୍ଷୀ ରହିବା ପାଇଁ ସାକ୍ଷୀପଡ଼ାରୁ ସାକ୍ଷୀଗୋପୀନାଥଙ୍କୁ ବିଧିମତେ ଶୋଭାଯାତ୍ରାରେ ଅଣାଯାଇଛି।

ରବିବାର ରାତିରେ ସଂପୂର୍ଣ୍ଣ ଲୋକାଚାରରେ ଦେବ ଦମ୍ପତିଙ୍କ ବିବାହ ଅନୁଷ୍ଠିତ ହେବ। ବିବାହ ପୂର୍ବରୁ ସହରର ପ୍ରମୁଖ ଓ ପୁରାତନ ନନ୍ଦପଡ଼ାର ବଂବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ବିବାହ ନିମନ୍ତେ ପୂର୍ବରୁ ଦେବ ନିମନ୍ତ୍ରଣ ସଂପନ୍ନ ହୋଇଥିଲା।

ଅନ୍ୟପକ୍ଷରେ, ଶାନ୍ତିଶୃଙ୍ଖଳାର ସହିତ ଯାତ୍ରା ସଂପନ୍ନ କରିବା ପାଇଁ ସମ୍ବଲପୁର ପୁଲିସ-ପ୍ରଶାସନ ବେଶ୍‌ ପ୍ରୟାସ ଚଳାଇଛି। ଟାଉନ ଥାନା ପରିସରରେ ଏକ ପୁଲିସ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଖଂଜାଯାଉଥିବା ବେଳେ ବ୍ୟାପକ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି।

ସମ୍ବନ୍ଧିତ ଖବର