ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ସବୁ ସ୍କୁଲ-ଅଙ୍ଗନବାଡ଼ି ଛୁଟି, ହୋଇପାରେ ପ୍ରବଳ ବର୍ଷା

ଛତ୍ରପୁର: ସମ୍ଭାବିତ ବନ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଶୁକ୍ରବାର ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ସ୍କୁଲ ଓ ଅଙ୍ଗନବାଡ଼ିକୁ ପିଲାମାନେ ପାଠପଢ଼ିବାକୁ ଯିବେ ନାହିଁ କିନ୍ତୁ ଶିକ୍ଷକ ଯିବେ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ସମ୍ଭାବିତ ବନ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ସ୍ୱତନ୍ତ୍ର ବିପର୍ଯ୍ୟୟ କମିସନର କିଛି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରିଛନ୍ତି। ସେହିଭଳି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ମଧ୍ୟ ଆଗାମୀ ୪୮ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି।

ସୂଚନାଯୋଗ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏସ୍‌ଆରସି ଗୁରୁବାର ଗଂଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ବରଗଡ଼, ସୋନପୁର, ବୌଦ୍ଧ, ଗଜପତି, ପୁରୀ, କୋରାପୁଟ, ବଲାଙ୍ଗୀର, ରାୟଗଡ଼ା ଓ ନୂଆପଡ଼ା ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରି ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୁରକ୍ଷିତ ଆଶ୍ରୟସ୍ଥଳ, ଆବଶ୍ୟକ ଖାଦ୍ୟ ସାମଗ୍ରୀ, ପିଇବା ପାଣି, ସ୍ୱାସ୍ଥ୍ୟ ସବିଧା, ରିଲିଫ କେନ୍ଦ୍ର ବ୍ୟବସ୍ଥା କରିବାକୁ ସତର୍କ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର