ଗୋଚାଲାଣକୁ ବିରୋଧ କରିବାରୁ ଗୁଳିମାଡ଼, ୫ ଘଣ୍ଟିଆ ଯଶିପୁର ବନ୍ଦ ପାଳନ

ଯଶିପୁର/ପଦ୍ମପୁର,୨୩/୫ (ଇମିସ): ଦୁଇଦିନ ତଳେ ଗୋ ଚାଲାଣ ବେଳେ ଯଶିପୁର ନିକଟରେ ଗୁଳିକାଣ୍ଡ ହୋଇଥିଲା। ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଏହି ଘଟଣାକୁ ନିନ୍ଦା କରାଯାଇଛି। ଘଟଣାରେ ସଂପୃକ୍ତ ଅପରାଧୀଙ୍କୁ କଠୋର ଦଣ୍ଡ ଦାବି କରି ବିଜେପି ତଥା ଯଶିପୁର ଗୋ ରକ୍ଷକ ସମନ୍ୱୟ ସମିତି ପକ୍ଷରୁ ଆଜି ୫ ଘଣ୍ଟିଆ ଯଶିପୁର ବନ୍ଦ ପାଳନ ହୋଇଛି। ଯଶିପୁର ବିଧାୟକ ଇଂ. ଗଣେଶରାମ ସିଂ ଖୁଣ୍ଟିଆଙ୍କ ନେତୃତ୍ବରେ ସକାଳ ୭ଟା ବେଳେ ବିଜେପି ନେତା ଓ କର୍ମୀ ତଥା ଗୋ ରକ୍ଷମ ସମନ୍ବୟ ସମିତିର ସଦସ୍ୟମାନେ ଯଶିପୁର ମୁଖ୍ୟ ବଜାର ରାସ୍ତା ସହ ୪୯ ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ।

ଯାତ୍ରୀବାହୀ ବସ୍, ଟ୍ରକ୍‌ ତଥା ଅନ୍ୟ ଗାଡ଼ିମୋଟର ଅଟକି ରହିଥିବା ବେଳେ ଦୋକାନବଜାର ମଧ୍ୟ ବନ୍ଦ ଥିଲା। ଦିଲ୍ଲୀପ ନାଏକ, ରଣଜିତ ପ୍ରସାଦ, କାଳୀଚରଣ ନାଏକ, ପ୍ରଶାନ୍ତ ମହାନ୍ତି କମଳାକାନ୍ତ ନାୟକ, ଅରବିନ୍ଦ ସାହୁ, ଚନ୍ଦନ ମହାନ୍ତ, ରତନ ମହାନ୍ତ, ବାପୁନ ମହାନ୍ତ, ପ୍ରଶାନ୍ତ ମହାନ୍ତ ପ୍ରମୁଖଙ୍କ ନେତୃତ୍ବରେ ବନ୍ଦ ପାଳନ ସଫଳ ହୋଇଥିଲା।

ସମ୍ବନ୍ଧିତ ଖବର