କଙ୍କଡ଼ାହାଡ଼: ମହାବିରୋଡ଼ ରେଞ୍ଜ ଘାଗରାମୁଣ୍ଡା ବିଟ୍ ଅଧୀନ ଅସନବାହାଳି ଛୋଟାନାଳ ନିକଟ ମହାଜନ ତଇଳା ଗ୍ରାମ୍ୟ ଜଙ୍ଗଲରୁ ବନ ବିଭାଗ ଆଜି ସକାଳେ ଏକ ଗୁଳିବିଦ୍ଧ ମାଈହାତୀର ଶବ ଜବତ କରିଛି। ଗତକାଲି ରାତିରେ କୌଣସି ଦୁର୍ବୃତ୍ତ ତାକୁ ଗୁଳି କରିଥିବା ବନ ବିଭାଗ ପ୍ରକାଶ କରିଛି। ବିଭାଗର ସୂଚନା ଅନୁଯାୟୀ, ହାତୀର ଆଖି ଓ ଡାହାଣପାର୍ଶ୍ବ ପେଟରେ ଗୋଟିଏ ଲେଖାଏଁ ଗୁଳି ବାଜିଛି। କିଛିଦିନ ହେଲା ପ୍ରାୟ ୧୫ଟି ହାତୀର ଏକ ପଲ ଅଞ୍ଚଳରେ ଧାନ ଫସଲ ନଷ୍ଟ କରୁଥିଲା। ବନ ବିଭାଗକୁ ବାରମ୍ବାର ଜଣାଇଥିଲେ ସୁଦ୍ଧା ଏଥିପ୍ରତି ଗୁରୁତ୍ବ ଦିଆଯାଇନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେଣୁ ହାତୀକୁ କେହି ଗୁଳିକରିଥାଇପାରେ ବୋଲି ଅଞ୍ଚଳର କିଛି ଲୋକ ନାମ ଗୋପନ ରଖି କହିଛନ୍ତି। ମହାବିରୋଡ଼ ରେଞ୍ଜର ସୁରେଶ ବେହେରା, ଦଦରାଘାଟି ଫରେଷ୍ଟର ରାମଚନ୍ଦ୍ର ରାଉତ ପ୍ରମୁଖ ପହଞ୍ଚି ଶବ ଜବତ କରିଥିଲେ। କଙ୍କଡ଼ାହାଡ଼ ପ୍ରାଣୀ ଚିକିତ୍ସକ ଡ. ସତ୍ୟ ବିକ୍ରମ ତରାଇ ଶବ ବ୍ୟବଚ୍ଛେଦ କରିବା ପରେ ତାହା ପୋତି ଦିଆଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହାତୀ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ହାତୀକୁ ଗୁଳିକରିି ହତ୍ୟା
/sambad/media/post_attachments/wp-content/uploads/2018/08/elephant-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)