ବାପ-ପୁଅଙ୍କୁ ଗୁଳି: ଗୁରୁତର ପୁଅ ଏମସ୍‌ରେ ଭର୍ତ୍ତି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଯାଆଁଳା ଥାନା ଅନ୍ତର୍ଗତ ଯାଆଁଳା ଗ୍ରାମରେ ରବିବାର ରାତି ପ୍ରାୟ ସାଢ଼େ ୧୦ଟାରେ ଗୁଳିମାଡ ହୋଇଛି। ଏଥିରେ ବାପା ଭଗବାନ ସୁବୁଦ୍ଧି ଓ ପୁଅ ଲୋକନାଥ ସୁବୁଦ୍ଧି ଆହତ ହୋଇଛନ୍ତି। ଲୋକନାଥଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରସ୍ଥିତ ଏମସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଖବରପାଇ ଯାଆଁଳା ଫାଣ୍ଡି ପୁଲିସ ପହଞ୍ଚି ଏକ ମାମଲା ରୁଜୁ କରି ତନାଘନା କରୁଛି। କୌଣସି କାର୍ଯ୍ୟରେ ଭଗବାନ ଓ ଲୋକନାଥ ରାସ୍ତାରେ ଯାଉଥିଲେ। ହଠାତ ଦୁର୍ବୃତ୍ତମାନେ ଏକ ବାଇକରେ ଆସି ଦୁଇ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ତେବେ ଗୁଳିମାଡର କାରଣ ଏଯାଏଁ ଜଣାପଡିନାହିଁ। ଗୁଳିମାଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ସମ୍ବନ୍ଧିତ ଖବର