କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନ୍ଏସିର ଯୁବ ବିଜେଡି ନେତା କାହ୍ନୁ ସାହୁଙ୍କୁ ବୁଧବାର ରାତି ୧୧ଟାରେ ଗୁଳିମାଡ଼ ହୋଇଛି। ସେ ଘରକୁ ସେ ତାଙ୍କ କାରରେ ଫେରୁଥିବା ବେଳେ କେହି ଦୁର୍ବୃତ୍ତ ଏପରି ଆକ୍ରମଣ କରିଛି। ଗୁଳି ତାଙ୍କ ଡାହାଣ ହାତ ଓ ଜଂଘରେ ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କାମାକ୍ଷାନଗର ପରେ କଟକ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।
ପୂର୍ବରୁ କାମାକ୍ଷାନଗର ଘର ଆଗରେ ତାଙ୍କ କାର ଉପରେ ବୋମାମାଡ଼ ହୋଇଥିଲା। ସେହିପରି ଢେଙ୍କାନାଳ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ତାଙ୍କୁ ଆକ୍ରମଣ କରି କାର ଛଡ଼ାଇ ନେଇଥିଲେ। ତେବେ କିଏ କାହିଁକି ଏଭଳିଆ କାଣ୍ଡ କରିଛି ତାହା ସ୍ପଷ୍ଟ ଜଣା ପଡ଼ିନାହିଁ। ତେବେ ରାଜନୈତିକ ଶତ୍ରୁତା କିମ୍ବା ପୂର୍ବ ଶତ୍ରୁତାରୁ ଏପରି ଆକ୍ରମଣ ହୋଇଥିବା ଚର୍ଚ୍ଚା ହେଉଛି। ଘର ଆଗରେ ଫୁଟା ଗୁଳିର ଖୋକା ଆଉ ଗାଡ଼ିର କାଚ ପଡ଼ିଥିବା ଦେଖାଯାଇଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।