ଯୋଡ଼ା: ଯୋଡ଼ା କଲ୍ୟାଣମଣ୍ଡପ ନିକଟରେ ଆଜି ସନ୍ଧ୍ୟା ସାଢ଼େ ୮ଟା ବେଳେ ଗୋଏଲ ଟ୍ରେଡର୍ସ ନାମକ ଏକ ହୋଲ୍ସେଲ୍ ଦୋକାନର କର୍ମଚାରୀଙ୍କ ଉପରେ ଗୁଳିମାଡ଼ ହୋଇଛି। ଏଥିରେ ଦୋକାନ କର୍ମଚାରୀ ରାଜେଶ ମହାକୁଡ଼ ଆହତ ହୋଇଛନ୍ତି। ରଜେଶ ଘରକୁ ଫେରୁଥିବା ସମୟରେ ଏକ ବାଇକ୍ରେ ୩ଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ତାଙ୍କ ହାତରେ ଥିବା ବ୍ୟାଗ୍ଟିକୁ ଛଡ଼ାଇ ନେଇଥିଲେ। ଗୁଳି ଫୁଟାଇବା ସମୟରେ ରାଜେଶ ସାହସର ସହ ଦୁର୍ବୃତ୍ତଙ୍କୁ ଠେଲି ଦେବାରୁ ଗୁଳିଟି ତାଙ୍କ ଗୋଡ଼ରେ ବାଜିଥିଲା।
ଦୁର୍ବୃତ୍ତମାନେ ଟଙ୍କା ଥିବା ଭାବି ବ୍ୟାଗ୍ ଛଡ଼ାଇ ନେଇଥିଲେ। ତେବେ ବ୍ୟାଗ୍ରେ କେବଳ ଦୋକାନର ଖାତାପତ୍ର ଥିବା ଦୋକାନ ମାଲିକ ପପୁ ଅଗ୍ରୱାଲ କହିଛନ୍ତି। ଘଟଣାସ୍ଥଳରେ ଯୋଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ପୁଲିସ ଛାନ୍ଭିନ୍ କରୁଛି। ଆହତ ରାଜେଶଙ୍କୁ ଯୋଡ଼ାସ୍ଥିତ ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/5-17.jpg)