ଦୋକାନ ଜାଳିଦେଲେ ଦୁର୍ବୁତ୍ତ !

ରାମଚନ୍ଦ୍ରପୁର : ରାମଚନ୍ଦ୍ରପୁର ଥାନା ତରୁଆଁ ପଞ୍ଚାୟତ ଅନ୍ତର୍ଗତ ମହୁରି ଗ୍ରାମର ଅନାମ ଜେନାଙ୍କ ଦୋକାନକୁ ଗତକାଲି ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ନିଆଁ ଲଗାଇଦେଇଛନ୍ତି। ଦୋକାନ ଜଳୁଥିବା ଦେଖି ପାଖ ପଡୋଶୀ ଡାକ ପକାଇବାରୁ ଗାଁଲୋକ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏଥିରେ ଅନାମଙ୍କ ଦୋକାନରେ ଥିବା ଅନେକ ଜିନିଷ ପୋଡ଼ି ନଷ୍ଟ ହୋଇଯାଇଥିବା ବେଳେ ଠିକ ସମୟରେ ନିଆଁକୁ ଆୟତ୍ତ କରି ପାରିଥିବାରୁ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇପାରିଛି। ଏଥିନେଇ ଗ୍ରାମରେ ଏକ ସଭା ଡକା ଯାଇ ଆଲୋଚନା କରାଯାଇଥିଲା। ମାତ୍ର କୌଣସି ସମାଧାନର ସୂତ୍ର ବାହାରି ନପାରିବାରୁ ଦୋକାନ ପୋଡ଼ି ସମ୍ବନ୍ଧରେ ଅନାମ ଆଜି ସଧ୍ୟାରେ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। କେହି ଦୁର୍ବୃତ୍ତ ତାଙ୍କ ଉପରେ ଆକ୍ରୋଶ ରଖି ଜାଣିଶୁଣି ନିଆଁ ଲଗାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସେ ଅଭିଯୋଗ ମଧ୍ୟ କରିଛନ୍ତି ।

ସମ୍ବନ୍ଧିତ ଖବର