ଲକ୍‌ଡାଉନ୍‌ ଯୋଗୁ ଦୋକାନ ବନ୍ଦ ଥିବା ବେଳେ ଅଗ୍ନିକାଣ୍ଡ, ପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ନରସିଂହପୁର: ଗତ କାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ନରସିଂହପୁର କ୍ଲବ୍‌ ଛକ ଠାରେ ଥିବା ଏକ ପାନ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ନରସିଂହପୁର କ୍ଲବ ଛକରେ ଥିବା କାଠିଆ ସାହୁ ଷ୍ଟେସନାରି ଦୋକାନରେ ନିଆଁ ଲାଗି ଦୁଇଟି ଫ୍ରିଜ୍ ସମେତ ଦୋକାନର ସମସ୍ତ ଦ୍ରବ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ଏହାର ଆନୁମାନିକ ମୂଲ୍ୟ ୧ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ପ୍ରାଥମିକ ଆକଳନରୁ ଜଣାପଡ଼ିଛି।

ଲକ୍‌ଡାଉନ୍‌ ଯୋଗୁ ଏହି ଦୋକାନ ବନ୍ଦ ଥିବା ସମୟରେ ଏଭଳି ଘଟଣା ଘଟିଛି।  ନରସିଂହପୁର ଦମକଳ ବାହିନୀ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର