ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ: ଭୁଜାଲି ଆକ୍ରମଣରେ ଦୋକାନୀ ମୃତ

ବାଂଶପାଳ: ପୂର୍ବ ଶତ୍ରୁତାକୁ ନେଇ ତୁମୁଳକାଣ୍ଡ। ପ୍ରଥମେ ବଚସା ପରେ ଭୁଜାଲିରେ ସଂଘବଦ୍ଧ ହୋଇ ଆକ୍ରମଣ କଲେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅନ୍ତର୍ଗତ କାଦକଳା ଗ୍ରାମରେ।
ଗତକାଲି ରାତିରେ କାଦକଳା ଗ୍ରାମର ମାୟାଧର ବେହେରା (୪୫) ନିଜ କୁକୁଡ଼ା ଦୋକାନରେ ବସିଥିବା ସମୟରେ ପଡ଼ୋଶୀ ଦୋକାନୀ ନବ କିଶୋର ମହାକୁଡ଼ଙ୍କ ସହିତ ତାଙ୍କର ବଚସା ହୋଇଥିଲା। ଏହି ଘଟଣା ପରେ ଉଗ୍ରରୂପ ନେଇଥିଲା। ଉଭୟଙ୍କ ମଧ୍ୟରେ ବହୁ ସମୟ ଧରି ଧସ୍ତାଧସ୍ତି ହୋଇଥିଲା। ପରେ ନବ କିଶୋରଙ୍କ ପୁଅ ଉତ୍ତମ ମହାକୁଡ଼ ଓ ଉପେନ୍ଦ୍ର ବେହେରା ଆସି ମାୟାଧର ବେହେରାଙ୍କୁ ଏକ ଭୁଜାଲିରେ ହାଣି ହତ୍ୟା କରିଥିଲେ। ଉଭୟ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ଶତ୍ରୁତା ଲାଗି ରହିଥିଲା। ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି। ନୟାକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣାରେ ପୁଲିସ ଉତ୍ତମ ମହାକୁଡ଼ ଓ ଉପେନ୍ଦ୍ର ବେହେରାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର