ହରଭଙ୍ଗା : କୁମ୍ଭମେଳାରୁ ଫେରି ପ୍ରାଣ ହରାଇଥିବା ଧଳପୁର ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନୀଲ ଦାସଙ୍କ ମୃତଦେହକୁ କାନ୍ଧ ଦେବା ପାଇଁ ପରିବାର ଓ ଆତ୍ମୀୟ ସ୍ୱଜନ କେହି ରାଜି ହୋଇନଥିଲେ। ଫଳରେ ରବିବାର ପ୍ରଶାସନର ତତ୍ତ୍ୱାବଧାନରେ ଆମ୍ବୁଲାନ୍ସ ଯୋଗେ ଶ୍ମଶାନକୁ ନିଆଯାଇ ରବିବାର ଧଳପୁରରେ ଦାହ ସଂସ୍କାର କରାଯାଇଥିଲା। ତେବେ ସେଠାକୁ ଅନ୍ତିମ ଦର୍ଶନ ପାଇଁ ଯାଇଥିବା ହରଭଙ୍ଗାର ଜଣେ ନିକଟ ସମ୍ପର୍କୀୟ ସେଠାରୁ ଫେରି ସୋମବାର ତାଙ୍କ ଔଷଧ ଓ ହାର୍ଡୱେର ଦୋକାନ ଖୋଲିଥିଲେ। ସୂଚନା ପାଇ ହରଭଙ୍ଗା ତହସିଲଦାର ଓ ସ୍ଥାନୀୟ ପୁଲିସ ସେଠାରେ ପହଞ୍ଚି ଦୋକାନ ଗୃହକୁ ସିଲ୍‌ କରିଥିବା ଜଣାପଡ଼ିଛି।

Advertisment

ଏଥି ସହିତ ସମ୍ପୃକ୍ତ ସମ୍ପର୍କୀୟଙ୍କ ପରିବାରର ସମସ୍ତ ସଦସ୍ୟଙ୍କ କୋଭିଡ ପରୀକ୍ଷା କରାଇବାକୁ ପରାମର୍ଶ ଦେଇ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ବୋଲି ତହସିଲଦାର ଶ୍ରୀ ମିଶ୍ର ନିର୍ଦେଶ ଦେଇଛନ୍ତି। ଦୋକାନ ଘର ସିଲ୍‌ କରାଯିବା ସମୟରେ ହରଭଙ୍ଗା ଥାନା ଆଇଆଇସି ସୁବ୍ରମଣ୍ୟ ପ୍ରଧାନ ଏବଂ ଏଏସ୍‌ଆଇ ପ୍ରାଣବନ୍ଧୁ ସାହୁ ଓ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।