ଭଞ୍ଜନଗର : କରୋନା ପାଇଁ କଟକଣା କୋହଳ ହୋଇଥିଲେ ମଧ୍ୟ ଜିଲ୍ଲାରେ ଜାରି ରହିଛି ସାପ୍ତାହିକ ସଟଡାଉନ୍। ଏହି ସମୟରେ ଜନସାଧାରଣ ସଟ୍ଡାଉନ୍ ନିୟମ କଡାକଡି ପାଳନ କରିବା ନେଇ ବ୍ଳକର ବିଭିନ୍ନ ଗ୍ରାମକୁ ବୁଲି ତଦାରଖ କରୁଥିଲେ ବିଡ଼ିଓ ଅନୀଲ କୁମାର ସେଠୀ। ଏହି ସମୟରେ ଜିଲୁଣ୍ଡି ଗ୍ରାମରେ ଖୋଲାଥିବା ଦୋକାନ ବନ୍ଦ କରିବା ସହ ନିକଟସ୍ଥ ସ୍କୁଲ୍ରେ ଚାଲିଥିବା କୋଭିଡ ପରୀକ୍ଷା କରିବା ପାଇଁ ଲୋକ ମାନଙ୍କୁ ନିବେଦନ କରିଥିଲେ। ଜିଲୁଣ୍ଡି ଗ୍ରାମ ଭିତରେ ଖୋଲାଥିବା କିଛି ଦୋକାନ ବନ୍ଦ କରିବା ପରେ ମୁଖ୍ୟ ସଡ଼କରେ ଖୋଲାଥିବା ଏକ ଦୋକାନରେ ଚଢଉ କରିଥିଲେ। ବିଡ଼ିଓ ଶ୍ରୀ ସେଠୀଙ୍କ ସମେତ କର୍ମଚାରୀମାନେ ଦୋକାନରେ ଚଢଉ କରିବା ସମୟରେ ଦୋକାନ ମାଲିକଙ୍କ ସମେତ ସେଠାରେ ଥିବା କିଛି ଲୋକ ଛତ୍ରଭଙ୍ଗ ଦେଇ ଦୌଡ଼ି ପଳାଇଥିଲେ। ହଠାତ୍ ସମସ୍ତେ ଦୌଡି ପଳାଇଥିବାରୁ ଉପସ୍ଥିତ କର୍ମଚାରୀମାନେ ଘଟଣା ବିଷୟରେ କିଛି ବୁଝି ପାରିନଥିଲେ। ଏହାପରେ ଦୋକାନ ଭିତରେ ଦେଖିବା ପରେ ଦୁଇଟି ବ୍ୟାଗରେ ଦେଶୀ ମଦ ରହିଥିବା ସହ କିଛି ବିଦେଶୀ ମଦ ବୋତଲ ରହିଥିବା ଦେଖିବାକୁ ପାଇଥିଲେ। ଏହାପରେ ବିଡ଼ିଓ ଶ୍ରୀ ସେଠୀ ଦେଶୀ ମଦ ପାଉଚ୍, କିଛି ବିଦେଶୀ ମଦ ବୋତଲ ସହ ଦୋକନରେ ଥିବା ଜର୍ଦ୍ଦା ପୁଡିଆ ମଧ୍ୟ ଜବତ କରିଥିଲେ। ଏହାପରେ ସେହି ଦୋକାନକୁ ସିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଆଳୁ ଖୋଳୁଖୋଳୁ ମହାଦେବ : ଯାଞ୍ଚ ବେଳେ ବାହାରିଲା ଦେଶୀ ଓ ବିଦେଶୀ ମଦ, ଦୋକାନ ସିଲ୍ କଲେ ବିଡ଼ିଓ
/sambad/media/post_attachments/wp-content/uploads/2020/08/BNJ-BJ-mada-jabat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)