ବ୍ୟାସନଗର: ନକଲି ଜାତି ସାର୍ଟିଫିକେଟ ଦେବା ଅଭିଯୋଗରେ ବ୍ୟାସନଗର କୋର୍ଟଛକ ନିକଟରେ ଥିବା ମିନତି କମ୍ୟୁନିକେସନ ମାଲିକ ମାଲିକ ସୋମନାଥ ବେହେରା (୨୩)କୁ ପୁଲିସ ଆଜି ଗିରଫ କରିଛି। ତା’ ଘର କୁଆଖିଆ ଥାନା ଶ୍ରୀବନ୍ତପୁର ଗ୍ରାମରେ। କେସ ନଂ ୫୦୨/୨୨, ଦଫା ୪୬୮, ୪୪୧, ୪୨୮ ରେ ଗିରଫ କରି ଆଜି ତାକୁ କୋର୍ଟଚାଲାଣ କରାଯାଇଥିବା ଯାଜପୁର ରୋଡ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଦାନଗଦୀ ତହସିଲ୍ ମଣ୍ତପଡ଼ା ଗ୍ରାମର ତ୍ରିନାଥ ମହାନ୍ତ ଓ ତାଙ୍କ ପତ୍ନୀ ସୁଷମାଙ୍କୁ ସେ ଜାଲ୍ ଜାତି ପ୍ରମାଣପତ୍ର ଦେଇଥିଲା। ଦାନଗଦୀ ତହସିଲଦାର ନମ୍ରତା ମୋଦି ଯାଞ୍ଚ କରିବାରୁ ଜାତି ପ୍ରମାଣପତ୍ର ନକଲି ବୋଲି ଜଣାପଡ଼ିବାରୁ ସେ ଏନେଇ ଯାଜପୁରରୋଡ ଥାନାରେ ଅଭିଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/21.jpg)