ଆସିକା: ଗଂଜାମ ଜିଲ୍ଲା ଆସିକାରେ ଆଜି ସକାଳୁ ଖୋଲି ଥିବା ମଲ ‘କଲିକତା ଫ୍ୟାସନ ବଜ଼ାର’କୁ ସନ୍ଧ୍ୟାରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ଉପସ୍ଥିତିରେ ସିଲ କରାଯାଇଛି। ଆସିକା ସହରର ମୁଖ୍ୟ ରାସ୍ତାରେ ସମସ୍ତ ନିୟମକୁ ଦଳି ମକଚି ଖୋଲା ଯାଇଥିବା ମଲରେ ଉପଜିଲ୍ଲାପାଳଙ୍କ ଚଢ଼ାଉ ବେଳେ ୧୫ଶହରୁ ଉର୍ଦ୍ଧ୍ୱ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ମଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ପ୍ରମାଣ ପତ୍ର ନଥିବା ଦେଖି ଅଗ୍ନିଶମ ବିଭାଗର ସ୍ଥାନୀୟ ଅଧିକାରୀଙ୍କ ଉପରେ ବିରକ୍ତ ହୋଇଥିଲେ। କିଭଳି ଭାବେ ମଲ ଖୋଲିଲା ତାହା ଉପସ୍ଥିତି ସମସ୍ଥ ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରଥିଲା।

Advertisment

ସପିଂ ମଲରେ ଗାଡି ପାର୍କିଂର ବ୍ୟବସ୍ଥା ନଥିବା ବେଳେ ଲୋକ ଗହଳି କାରଣରୁ ରାସ୍ତା ଅବରୋଧ ହେଉଥିଲା। ଏହା ସହିତ ଅନୁମତି ନଥାଇ ପ୍ରଚାର ଗାଡି ବୁଲାଇ ଡ଼ାକବାଜି ଯନ୍ତ୍ରରେ ମଲ ପ୍ରଚାର ଚାଲିଥିଲା। ମଲ ଖୋଲିବା ପୂର୍ବରୁ ଏନଏସି କର୍ତ୍ତୃପକ୍ଷଙ୍କ ଅନୁମତି ମଧ୍ୟ ଆବଶ୍ୟକ ହୋଇନାହିଁ। ମଲଟି ଖୋଲିବା ପରେ ଟ୍ରାଫିକ ସମସ୍ୟା ଆରମ୍ଭ ହୋଇଥିଲା। କରୋନାର ପଞ୍ଚ ସୁତ୍ରୀ ନିୟମ ଏଠି କେବଳ ପ୍ରହସନ ପଲଟିଥିବା ବେଳେ ନା ସାନିଟାଇଜର ନା ପାଣି ନା ସୀମିତ ଗ୍ରାହକ ଥିଲେ।

publive-image

ଆସିକା ସହରର ଛାତି ଉପରେ ଆଜି ପୂର୍ବାହ୍ନରେ କୌଣସି ସରକାରୀ ଅନୁମତି ନଥାଇ ଖୋଲା ଯାଇଥିବା ଏହି ସପିଂ ମଲର ମାଲିକ, ପରିଚାଳନା ଦାୟିତ୍ୱରେରେ ଥିବା ବ୍ୟକ୍ତିଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ପାଇଁ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ନିର୍ଦ୍ଦେଶ ଦେଇଛନ୍ତି। ଏହି ଚଢ଼ାଉରେ ଆସିକା ଥାନ ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ତହସିଲଦାର ସଦାନନ୍ଦ ସେଠୀ, ଏନଏସି ନିର୍ବାହୀ ଅଧିକାରୀ ବିଶ୍ୱରଂଜନ କଂହର, ବିଡ଼ିଓ ରୋଶନ ଶତପଥୀ ଅଗ୍ନିଶମ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ଏନ.ଏ.ସି କତ୍ତୃପକ୍ଷ ମଲକୁ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ସିଲ କରଛନ୍ତି। ଏହା ସହିତ ପ୍ରଚାର କରୁଥିବା ଗାଡିଟିକୁ ମଧ୍ୟ ଜବତ କରିଛନ୍ତି। ଆସିକା ନିର୍ବାହୀ ଅଧିକାରୀ ବିଶ୍ୱରଂଜନ କଂହରଙ୍କ ଅଭିଯୋଗ ପରେ ଆସିକା ଥାନାରେ ଏକ ମାମଲା ୫୩୯/୨୦ ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ଥାନ ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି।