ଭଦ୍ରକରେ ସଟ୍‌ ଡାଉନ୍‌କୁ ମାନିଲେ ଲୋକେ, ସହର ଶୂନ୍‌ ଶାନ୍‌

୧୫୭କରୋନା ଆକ୍ରାନ୍ତ,୧୩୫ ସୁସ୍ଥ,୨୨ ସକ୍ରିୟ

ଭଦ୍ରକ: ଚଳିତ ମାସର ଦ୍ଵିତୀୟ ସପ୍ତାହର ସଟ୍‌ ଡାଉନ୍‌ର ଆଜି ପ୍ରଥମ ଦିନରେ ଭଦ୍ରକ ସହର ପୂରା ଶୂନ୍‌ ଶାନ୍‌ ହୋଇଯାଇଛି। ଲୋକେ ନିଜ ଆଡୁ ସଚେତନ ହୋଇଛନ୍ତି। କେହି ଘରୁ ବାହାରକୁ ବାହାରି ନଥିବା ବେଳେ ସବୁ ଦୋକାନ ବଜାର ବନ୍ଦ ରହିଛି। କେବଳ ମେଡିକାଲ ଓ ଔଷଧ ଦୋକାନକୁ ଛାଡି ଦେଲେ ଅନ୍ୟ ସବୁ ଦୋକାନ ବଜାର ବନ୍ଦ ରହିଛି।

ରବିବାର ମଧ୍ୟ ଏହି ବନ୍ଦକୁ ଲୋକେ ପାଳନ କରିବେ। ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସଟ୍‌ ଡାଉନ୍‌କୁ କଡାକଡି ପାଳନ କରିବା ପାଲଇଁ ସବୁସ୍ତରରେ ଉଦ୍ୟମ କରାଯାଇଛି। ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭଦ୍ରକର ସବୁ ଛକରେ ପୁଲିସ ପହରା ଦେଉଛି। ଆଜି ଦିନ ତମାମ କୌଣସି ଲୋକ ଘରୁ ବଜାରକୁ ବହାରି ନାହାନ୍ତି। କେବଳ ମେଡିକାଲ କାମରେ ଲୋକେ ଘରୁ ଆସୁଥିବା ବେଳେ ଅନ୍ୟ କେଣସି ଲୋକଙ୍କୁ ବଜାରରେ ଦେଖିବାକୁ ମିଳିନଥିଲା।

ଗୋଟିଏ ପଟରେ ଭଦ୍ରକ ଜିଲ୍ଲାରେ ସଟ୍‌ ଡାଉନ୍‌କୁ କଡାକଡି ପାଳନ କରାଯାଉଥିବା ବେଳେ ଅନ୍ୟପକ୍ଷରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ପୁଣି ଜିଲ୍ଲାରେ ନୂଆ ୫ ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଜିଲ୍ଲା ହେଡ କ୍ୱାଟର ଆଇସୋଲେସନ କେନ୍ଦ୍ରରୁ ଚିହ୍ନଟ କରାଯାଇଥିବା ବେଳେ ଜଣେ ବନ୍ତ ବ୍ଲକ ଅନ୍ତର୍ଗତ ସେଣ୍ଢତୀରା ସଂଗରୋଧ କେନ୍ଦ୍ର ଓ ଅନ୍ୟ ଜଣେ ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମହୁରା ହାଇସ୍କୁଲ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ କରରାଯାଇଛି। ଏମାନେ ଆନ୍ଧ୍ର, ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁ ଓ ଦ୍ଵିଲ୍ଲୀରୁ ଫେରିଥିବା ଜଣାପଡିଛି। ଏଇ ୫ ଜଣ ଆକ୍ରାନ୍ତଙ୍କୁ ଆଜି ଭଦ୍ରକର ସ୍ୱତନ୍ତ୍ର ମେଡିକାଲ ଟିମ୍‌ କଟକ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରିଛି।

ଭଦ୍ରକ ଜିଲ୍ଲାରେ ଆଜି ପୁଣି ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୧୫୭ରେ ପହଞ୍ଚିଛି। ସେହିପରି ମୋଟ ୧୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିସୁଦ୍ଧା ୨୨ ଜଣ ଆକ୍ରାନ୍ତ କୋଭିଡ୍‌ ହସପିଟାଲରେ ଚିକିତ୍ସିତ ହୋଉଛନ୍ତି।

ସମ୍ବନ୍ଧିତ ଖବର