ଝାରସୁଗୁଡ଼ା: ଏକ ଫୁଲବଲ ପ୍ରତିଯୋଗିତାକୁ ଯାଇଥିବା ରେଙ୍ଗାଲି ବିଧାୟକ ନାଉରୀ ନାଏକଙ୍କୁ ଶୁକ୍ରବାର ଝାରସୁଗଡ଼ା ରେଳ ଷ୍ଟେସନ ରନିଂରୁମ୍ ନିକଟରେ କିଛି ଯୁବକ କଳା ପତାକା ପ୍ରଦର୍ଶନ କରିଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।
ଜିଲ୍ଲା ସଂପାଦକ ବିମଳେନ୍ଦୁ ଭୋଳ ଜଣାଇଛନ୍ତି ଯେ, ବିବେକାନନ୍ଦ ଜୟନ୍ତୀ ଅବସରରେ ରେଲୱେ କଲୋନି ସ୍ଥିତ ୱାରଲେସ୍ ପଡ଼ିଆରେ ବିଜେପି ପକ୍ଷରୁ ଏକ ଫୁଟ୍ବଲ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଆଜି ଏହାର ଉଦ୍ଯାପନୀ ଉତ୍ସବରେ ବିଧାୟକ ଶ୍ରୀ ନାଏକ ଓ ତାଙ୍କ ସହିତ ଯାଉଥିବା ବିଜେପି ଯୁବ ନେତା ଟଙ୍କଧର ତ୍ରିପାଠୀଙ୍କ କାର ପାଖକୁ ଆକ୍ରମଣାତ୍ମକ ଢଙ୍ଗରେ କିଛି ଯୁବକ ଯାଇ କଳା ପତାକା ଦେଖାଇଥିଲେ। ପୁଲିସ ସେଠାରେ ପହଞ୍ଚି ପ୍ରଦର୍ଶନକାରୀଙ୍କୁ ଘୋଉଡ଼ାଇଥିବା ବିଜେପି କହିଛି।