ଭୁବନେଶ୍ୱର: ଭିମ୍ସାର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କୁ ଶୁକ୍ରବାର କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ମିଳିଥିବା ସୂଚନା ଅନୁସାରେ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା ଏହି କାରଣ ନୋଟିସ୍ ଜାରି କରିଛନ୍ତି। ୩ ଦିନ ମଧ୍ୟରେ ନୋଟିସ୍ର ଉତ୍ତର ରଖିବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ପୂଜାହାରୀଙ୍କୁ ନେଇ ଆସିଥିବା ଅଭିଯୋଗର ତଦନ୍ତ ଲାଗି ଟିମ୍ ଗଠିତ ହୋଇଥିଲା। ଟିମ୍ର ରିପୋର୍ଟ ଆଧାରରେ ପୂଜାହାରୀଙ୍କୁ ନୋଟିସ୍ ହୋଇଛି। ଠିକ୍ ସମୟ ମଧ୍ୟରେ ନୋଟିସ୍ର ଉତ୍ତର ନଦେଲେ ଆବଶ୍ୟକ ମୁତାବକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଚିବ କହିଛନ୍ତି। ସଚିବ ନିର୍ଦ୍ଦେଶ ଦେଇଛନ୍ତି ଯେ, ଉତ୍ତରର ଅବଧି ଯାଏଁ ଭିମ୍ସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ ବାଧ୍ୟତାମୂଳକ ଛୁଟିରେ ରୁହନ୍ତୁ।
ଭିମ୍ସାର ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି
/sambad/media/post_attachments/wp-content/uploads/2018/12/aswini-pujahari.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)