କୋରେଇ/କବାଟବନ୍ଧ: ଯାଜପୁର କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ତେନ୍ତୁଲିଖୁଣ୍ଟା ଛକରେ ଥିବା ଉତ୍କଳ ହୁଣ୍ତାଇ ସର୍ଭିସ୍ ସେଣ୍ଟରରେ ଜନୈକ ୱାସିଂ କର୍ମଚାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ କର୍ମଚାରୀ ଜେନାପୁର ଥାନା ଅନ୍ତର୍ଗତ ଅତାସାହି ଗ୍ରାମର ସ୍ବର୍ଗତ ଅଶ୍ବିନୀ ବେହେରାଙ୍କ ପୁଅ ସିପୁନ(୨୨)। ସିପୁନଙ୍କ ସମେତ ଅତାସାହିର ଅନ୍ୟ କିଛି ଯୁବକ ତେନ୍ତୁଲିଖୁଣ୍ଟାସ୍ଥିତ ଉତ୍କଳ ହୁଣ୍ତାଇ ସର୍ଭିସ୍ ସେଣ୍ଟରର ୱାସିଙ୍ଗ ପଏଣ୍ଟରେ ଚାକିରି କରିଥିଲେ। ଆଜି ଅପରାହ୍ଣ ପ୍ରାୟ ୨ଟା ବେଳେ ସିପୁନ ଶୌଚ ହୋଇ ଫେରିବା ପରେ ଏକ ଗାମୁଛା ପିନ୍ଧିଥିଲେ। ଏହି ସମୟରେ କାର୍ ସଫା କରୁଥିବା ଅନ୍ୟ ଜଣେ ସହକର୍ମୀ ବିନୟଭୂଷଣ ବେହେରା ଓରଫ୍ ରବୀନ୍ଦ୍ର ଥଟାମଜାରେ ଧରିଥିବା ଏୟାର ପାଇପ୍ଟିକୁ ସିପୁନଙ୍କ ମଳଦ୍ବାରରେ ପୂରାଇ ଦେଇଥିଲେ। ଶରୀରରେ ପବନ ପଶିଯିବାରୁ ସିପୁନ ହଠାତ୍ ଫୁଲି ଯାଇଥିଲେ। ତାଙ୍କୁ ତୁରନ୍ତ ଯାଜପୁରରୋଡ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। କଟକ ବଡ଼ମେଡିକାଲରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। କୋରେଇ ଥାନା ଏଏସ୍ଆଇ ଅଶୋକ କୁମାର ସ୍ବାଇଁ ଘଟଣାର ତଦନ୍ତ କରୁଛନ୍ତି। ସୋରୁମ୍ର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ବୟାନ ରେକର୍ଡ କରାଯାଇଛି।
ମଳଦ୍ବାରରେ ଏୟାର ପାଇପ୍ ପୂରାଇ ଦେବାରୁ ସୋରୁମ୍ କର୍ମଚାରୀଙ୍କ ମୃତ୍ୟୁ
ଯାଜପୁର କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ତେନ୍ତୁଲିଖୁଣ୍ଟା ଛକରେ ଥିବା ଉତ୍କଳ ହୁଣ୍ତାଇ ସର୍ଭିସ୍ ସେଣ୍ଟରରେ ଜନୈକ ୱାସିଂ କର୍ମଚାରୀଙ୍କ.........
/sambad/media/media_files/2025/10/23/untitled-16-2025-10-23-07-05-02.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)