ଭୁବନେଶ୍ବର: ବଳଙ୍ଗାରେ ନାବାଳିକାଙ୍କୁ ପୋଡ଼ି ହତ୍ୟା ଉଦ୍ୟମ କରିବା ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିନ୍ତାପ୍ରକଟ କରିବା ସହ ଏଥିରେ ସେ ଗଭୀର ମର୍ମାହତ ବୋଲି କହିଛନ୍ତି। ନବୀନ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍ କରିଛନ୍ତି ଯେ ଦିବାଲୋକରେ ନାବାଳିକାଙ୍କୁ ହତ୍ୟା କରିବାକୁ ଏହି ପ୍ରୟାସ କରାଯାଇଥିଲା। ଗୋପାଳପୁରରେ ଘଟିଥିବା ଭୟଙ୍କର ଘଟଣାର ଗୋଟିଏ ମାସ ପରେ ଏଫ୍ଏମ୍ କଲେଜର ଜଣେ ଛାତ୍ରୀ ନ୍ୟାୟ ପାଇଁ ସମସ୍ତଙ୍କୁ ନେହୁରା ହେବା ପରେ ଆତ୍ମାହୁତି ଦେଲେ।
ଅପରାଧୀ ସାହସୀ ହୋଇଛନ୍ତି
ଦଣ୍ଡ ପାଇବାର ଚିନ୍ତା ନାହିଁ
ଏହାର ମାତ୍ର ସପ୍ତାହକ ମଧ୍ୟରେ ଆଜି ବଳଙ୍ଗାରେ ଏହି ଅଘଟଣ ଘଟିଛି। ମହିଳାମାନଙ୍କ ବିରୋଧରେ ଏପରି ଅକଳ୍ପନୀୟ ଘଟଣା ଏବେ ପ୍ରାୟ ପ୍ରତିଦିନ ସାରା ଓଡ଼ିଶାରେ ଘଟୁଛି। ଏଗୁଡ଼ିକ ହିଂସାର ଗୋଟିଏ ଗୋଟିଏ ଘଟଣା ନୁହେଁ। ଲଗାତାର ଏହିଭଳି ଘଟଣା ଘଟିବା ଶାସନ ବ୍ୟବସ୍ଥାର ଏକ ବ୍ୟବସ୍ଥାଗତ ବିଫଳତାକୁ ଦର୍ଶାଉଛି। ଏହା ଦର୍ଶାଉଛି ଯେ ବର୍ତ୍ତମାନର ସରକାରଙ୍କ ଅଧୀନରେ ଅପରାଧୀମାନେ ସାହସୀ ହୋଇଯାଇଛନ୍ତି ଏବଂ ଦଣ୍ଡ ପାଇବା ପାଇଁ ଚିନ୍ତିତ ନୁହନ୍ତି।
କେବଳ ଏତିକି ନୁହେଁ, ଏହା ସରକାରୀ ନିଷ୍କ୍ରିୟତା ଏବଂ ରାଜନୈତିକ ପୃଷ୍ଠପୋଷକତା ଯୋଗୁ ଓଡ଼ିଶା କିପରି ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଅସୁରକ୍ଷିତ ହୋଇପଡ଼ିଛି ତାହା ଦର୍ଶାଉଛି। ଏବେ ଓଡ଼ିଶା ସରକାର ଗଭୀର ନିଦ୍ରାରୁ ଉଠି ଅପରାଧୀମାନଙ୍କୁ ଗିରଫ କରିବା ପାଇଁ କ’ଣ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେବେ? ସରକାର କିପରି ଏହିଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ପଦକ୍ଷେପ ନେଉଛନ୍ତି ତାହାକୁ ଓଡ଼ିଶାର ଝିଅ ଓ ମହିଳାମାନେ ଅପେକ୍ଷା କରିଛନ୍ତି।