ବାରିପଦା : ସୋଏମ୍ ଆଇ ଫାଉଣ୍ଡେସନ୍ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ସକାଶେ ଶ୍ରଦ୍ଧା ଅର୍ପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଭିଡିଓ କନ୍ଫରେନ୍ସ ମାଧ୍ୟମରେ ରାଜ୍ୟ ସଚିବାଳୟରୁ ଅତିରିକ୍ତ ମୁଖ୍ୟ ଶାସନସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ବାରିପଦା ପୌରପରଷଦ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ କୃଷିଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଓ ପୌରପରିଷଦର ନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶ, ଫାଉଣ୍ଡେସନ୍ର ଉପସଭାପତି ବିଭୁଦତ୍ତ ଦାସ, ଯୁବସମ୍ପାଦକ କର୍ମକର୍ତ୍ତା ନଚିକେତା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ହିତାଧିକାରୀଙ୍କୁ ୧୫ଦିନ ସକାଶେ ରାସନ ପ୍ରଦାନ କରାଯାଇଥିଲା।
ଆଗାମୀ ଦିନରେ ସମ୍ପୂର୍ଣ୍ଣ ଜିଲ୍ଲାରେ କାର୍ଯ୍ୟରତ କରୋନା ଯୋଦ୍ଧାଙ୍କୁ ଏହି ଯୋଜନାରେ ରାସନ ପ୍ରଦାନ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ ଗୋରୁମହିଷାଣୀ ସ୍ଥିତ ମେସର୍ସ ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ, ବେତନଟୀ ରୋଟାରୀ କ୍ଲବ, ଭୁବନେଶ୍ୱର ରୋଟାରୀ କ୍ଲବ୍ ଆଦି ଅନୁଷ୍ଠାନ ସହାୟତା କରିଛନ୍ତି । ଏହି ସମୟରେ ରାଜଧାନୀରେ ଫାଉଣ୍ଡେସନ୍ର କର୍ମକର୍ତ୍ତା ପିନାକୀରଞ୍ଜନ ମହାନ୍ତି, ଚିଦାତ୍ମିକା ଖଟୁଆ, ସୌରଭ ମିଶ୍ର, ରୋଟାରୀଆନ ଶୁଭେନ୍ଦୁ ମହାନ୍ତି ପ୍ରମୁଖଙ୍କ ସହିତ ସିଙ୍ଗାପୁରରୁ ଶୋଭାକର ନାୟକ ପ୍ରମୁଖ ସାମିଲ ଥିଲେ ।