ଖୋର୍ଦ୍ଧା: ଖୋର୍ଦ୍ଧା ଉପଖଣ୍ଡର ଖୋର୍ଦ୍ଧା, ଟାଙ୍ଗୀ, ବୋଲଗଡ଼, ବେଗୁନିଆ, ବାଣପୁର ଓ ଚିଲିକା ଶିକ୍ଷା ବ୍ଲକରେ ଖୋର୍ଦ୍ଧା ବ୍ଲକରେ ସର୍ବାଧିକ ୨୮ଜଣ ଏ-୧ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଖୋର୍ଦ୍ଧା ପୌରାଂଚଳର ସରକାରୀ ବାଳିକା ବିଦ୍ୟାଳୟର ଶ୍ରଦ୍ଧା ସୁମନ ସେନ ୫୮୧ ନମ୍ବର ରଖି ଖୋର୍ଦ୍ଧା ଉପଖଣ୍ଡରେ ଟପ୍ପର ହୋଇଛନ୍ତି । ଖୋର୍ଦ୍ଧା ବ୍ଲକରେ ୨୮ ଜଣ ଛାତ୍ରଛାତ୍ରୀ ଏ-୧ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବେଗୁନିଆ ବ୍ଲକରେ ୧୭ଜଣ, ଟାଙ୍ଗୀ ବ୍ଲକରେ ୬ଜଣ, ଚିଲିକା ବ୍ଲକରେ ୩ଜଣ, ବାଣପୁର ବ୍ଲକରେ ୧୬ଜଣ ଓ ବୋଲଗଡ଼ ବ୍ଲକରେ ୧୪ଜଣ ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିଭଳି ଖୋର୍ଦ୍ଧା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ୧୨ଜଣ ଛାତ୍ରଛାତ୍ରୀ ଏ-୧ ପାଇଛନ୍ତି । ଏ-୧ରେ ଉତ୍ତୀର୍ଣ୍ଣ ହୋଇଥିବା ୮୫ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ହସ୍ତଗତ ହୋଇଥିବା ୭୫ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୦ଜଣ ଛାତ୍ରୀ ଏ-୧ ପାଇଥିବା ବେଳେ ଛାତ୍ରଙ୍କ ସଂଖ୍ୟା ୪୫ ରହିଛି । ପାସ୍ହାରରେ ଜିଲ୍ଲାରେ ଛାତ୍ରଙ୍କ ସଂଖ୍ୟା ଛାତ୍ରୀଙ୍କ ଠାରୁ ଅଧିକ ରହିଥିବା ବେଳେ ଏ-୧ରେ ମଧ୍ୟ ଛାତ୍ରମାନେ ଆଗୁଆ ଅଛନ୍ତି ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp