ବାଲେଶ୍ବର: ଟାଟା ପାଓ୍ବାର ଉତ୍ତର ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ତଥା ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦୂଝର ଜିଲ୍ଲାର ମୁଖ୍ୟ କାର୍ଯ୍ୟଳୟ ଭାବେ ବାଲେଶ୍ବର କାର୍ଯ୍ୟଳୟରେ କାର୍ଯ୍ୟରତ ମୂଖ୍ୟ ମାନବ ସମ୍ବଳ ଏବଂ ପ୍ରଶାସନିକ ଅଧିକାରୀ ଶ୍ରୀବଲ୍ଲଭ ସିଂହଙ୍କୁ ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି। ଗତ ୧୨ତାରିଖରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ଟ୍ରାନ୍ସଫରମାନ୍ସ ବିଜନେସ୍ ମିଡିଆର ୫ମ ସଂସ୍କରଣରେ ଶ୍ରୀବଲ୍ଲଭ ସିଂହଙ୍କୁ ସମ୍ମାନିତ କରାଯାଇଛି। ପୁରା ଦେଶରେ ୨୦ ଭିଜୋନାରୀ ସି.ଏଚ.ଆର୍.ଓ ମାନଙ୍କୁ ଏହି ସମାରୋହ ରେ ସମ୍ମାନିତ କରାଯାଇଛି।

Advertisment

ମାନବ ସମ୍ଭଳ ପରିଚାଳନା ଏବଂ ଶିଳ୍ପ ସମ୍ପର୍କ ନୀତି ଅଭ୍ୟାସ କାର୍ଯ୍ୟକାରୀ ଦିଗରେ ତଥା ପ୍ରଗତିଶୀଳ ରୁପାନ୍ତରଣ ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ପାଇଂ ତାଂକୁ ଏହି ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଅଛି। ଏହି ପରିବର୍ତ୍ତନଶୀଳ ପରିବେଷରେ ତାଂକର କାର୍ଯ୍ୟଦକ୍ଷତାକୁ ନଜରରେ ରଖି ଏହି ସମ୍ମାନ ଦିଆଯାଈଛି। ମାନବ ସମ୍ବଳ କ୍ଷେତ୍ରରେ ଉନ୍ନତ କାର୍ଯ ସମ୍ପାଦନ କରିଥିବା ପୂରା ଦେଶର ବିଭିନ୍ନ ଅଗ୍ରଣୀ କର୍ପୋରେଟ ହାଉସ୍‌ରୁ ଚୟନ ହୋଇ ଆସିଥିବା କର୍ମଚାରୀଙ୍କ ମଧ୍ୟରେ ଶ୍ରୀ ସିଂହଙ୍କୁ ସମ୍ମାନିତ କରାଯାଇଛି।