ଶ୍ରୀ ଜଗନ୍ନାଥ ଜୁନିୟର ମହାବିଦ୍ୟାଳୟ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

ବିନିକା: ଆଜି ବିନିକା ବ୍ଳକ ବାଉଁଶୁଣୀ ଶ୍ରୀ ଜଗନ୍ନାଥ ଜୁନିୟର ମହାବିଦ୍ୟଳୟ ଆତ୍ମସୁରକ୍ଷା ତାଲିମ ସିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ବାଉଁଶୁଣୀ ସରପଞ୍ଚ ରୀନା ମହଲା ମୂଖ୍ୟଅତିଥି ଯୋଗଦେଇ ଆତ୍ମସୁରକ୍ଷା ତାଲିମ ଶିବିରକୁ ଉଦଘାଟନ କରିଥିଲେ । ଏହି ଉପଲ‌କ୍ଷେ‌ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ବନବିହାରି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବାଉଁଶୁଣୀ ସରପଞ୍ଚ ଶ୍ରୀମତି ମହଳା ମୂଖ୍ୟଅତିଥି ବିନିକା ତହସିଲଦାର ଅଲେଖ ଘୁଟା ସମ୍ମାନିତ ଅତିଥି ଭାବରେ ଯୋଗ ଛାତ୍ରୀ ମାନଙ୍କୁ ଆତ୍ମସୁରକ୍ଷା ଉପରେ ଆଲୋକ ପାତ କରିଥି‌‌ଲେ । ତର୍କଶାସ୍ତ୍ରର ଅଧ୍ୟାପକ ରାଜେଷ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ ! ଶିବିରରେ ମାଷ୍ଟର ଟ୍ରେନର ସୁଶ୍ରୀ ରଶ୍ମିରାଣୀ ମେହେର ଓ ସୁଶ୍ରୀ ନମିତା ଖେତି ଆତ୍ମଶିବିର ଉପରେ ଛାତ୍ରୀ ମାନଙ୍କୁ ତାଲିମ ଦେଇଥିଲେ । ଏଥିରେ ମହାବିଦ୍ୟାଳୟର ୬୦ ଜଣ ଛାତ୍ରୀ ତାଲିମ ନେଉଛନ୍ତି । ଶେଷରେ କାର୍ଯ୍ୟକ୍ରମର ସଂଜୋୟକ ଶାନ୍ତନୁ ସାହୁ ଧନ୍ୟବାଦ ଦେଇଥିଲେ । ଶିବିରକୁ ମହାବିଦ୍ୟାଳୟର ଅନ୍ୟାନ୍ୟ ଅଧ୍ୟାପକ ,ଅଣଶିକ୍ଷକ , କର୍ମଚାରୀ ସହଯୋଗ କରିଥିଲେ ।

ସମ୍ବନ୍ଧିତ ଖବର