ମହାପ୍ରଭୁଙ୍କ ବନକଲାଗି ୩ ଘଣ୍ଟା ଦର୍ଶନ ବନ୍ଦ

ପୁରୀ:‌ ମହାପ୍ରଭୁ ଶ୍ରୀଜଗନ୍ନାଥ ବନକଲାଗି ନୀତି ଆଜି ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ଆଜି ଅପରାହ୍ଣ ୪ଟାରୁ ରାତି ୭ଟା ପର୍ଯ୍ୟନ୍ତ ୩ ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିଥିଲା। ଆଜି ଦ୍ବିତୀୟ ଭୋଗମଣ୍ଡପ ପରେ ଅପରାହ୍ଣ ପ୍ରାୟ ୪ଟାରୁ ବନକଲାଗି ନୀତି ଆରମ୍ଭ ହୋଇଥିଲା। ମହାପ୍ରଭୁଙ୍କ ଶ୍ରୀମୁଖ ସିଂଗାର ସହ ଅନ୍ୟାନ୍ୟ ନୀତି ପରେ ରାତି ପ୍ରାୟ ୭ଟାରେ ବନକଲାଗି ନୀତି ଶେଷ ହୋଇଥିଲା। ରାତି ପ୍ରାୟ ସାଢ଼େ ୭ଟାରେ ଦର୍ଶନ ବ୍ୟବସ୍ଥା ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର