ଆଜି ଶ୍ରୀମନ୍ଦିରରେ ସୁନିଆଁ, ବାମନ ଜନ୍ମ ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ: ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଶୟନ ଯାଇଥିବା ମହାପ୍ରଭୁ ଆଜି ଭାଦ୍ରବ ଶୁକ୍କ ଏକାଦଶୀ ତିଥିରେ ପାର୍ଶ୍ବ ପରିବର୍ତ୍ତନ କରିଛନ୍ତି। ଦୁଇ ମାସ ଧରି ଦକ୍ଷିଣମୁହାଁ ହୋଇ ଶୋଇ ରହିଥିବା ମହାପ୍ରଭୁ ଆଜି କଡ଼ ଲେଉଟାଇ ଉତ୍ତରମୁହାଁ ହୋଇ ଶୋଇଛନ୍ତି। ଶ୍ରୀମନ୍ଦିରରେ ପବିତ୍ର‌ା(ପଇତା) ଅଧିବାସ ନୀତି ବି ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା।

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁ ନିଦ୍ରାରୁ ଉଠିବେ। ସେପଟେ ଆସନ୍ତାକାଲି ଶ୍ରୀମନ୍ଦିର ସୁନିଆଁ ସହ ବାମନ ଜନ୍ମ ନୀତି ପାଳନ ହେବ। ଏହାସହ ପବିତ୍ରା ଲାଗି, ଇନ୍ଦ୍ରଧ୍ବଜା ପୂଜା ଓ ଗରୁଡ଼ଙ୍କ ପାର୍ଶ୍ବ ପରିବର୍ତ୍ତନ ନୀତି ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଏଥିପାଇଁ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି।

ସମ୍ବନ୍ଧିତ ଖବର