ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ବେଆଇନ ନିର୍ମାଣ ତୁରନ୍ତ ବନ୍ଦ ହେଉ: ବୈଜୟନ୍ତ

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଶହେ ମିଟର ନିଷିଦ୍ଧାଞ୍ଚଳରେ ଚାଲିଥିବା ବେଆଇନ ଖନନ ଓ ନିର୍ମାଣ କାର୍ଯ୍ୟକୁ ନେଇ ବିରୋଧର ସ୍ବର ବଢ଼ିବା‌ରେ ଲାଗିଛି। ଭୁବନେଶ୍ବର ସାଂସଦ ଅପରାଜିତା‌ ଷଡ଼ଙ୍ଗୀଙ୍କ ପରେ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ନିର୍ମାଣ କାର୍ଯ୍ୟକୁ ଚାରି ଆଡୁ ବିରୋଧ ଜାରି ରହିଥିବା ବେଳେ ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି। ଏଏସଆଇର ନିଷିଦ୍ଧାଞ୍ଚଳ ଭିତରେ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଚିଠି ଦେଇଥିବା ନେଇ ଜଣାପଡ଼ିବା ପରେ ଶାସକ ଦଳର ମୁଖା ଖୋଲିଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଏହି ଧ୍ବସଂଲୀଳା ତୁରନ୍ତ ବନ୍ଦ କରାଯାଉ। ଏଥିସହ ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଜଣାଇ ଏହି ବେଆଇନ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବାକୁ ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର