ପୁରୀ: ଶ୍ରୀଜିଉଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଚାଲିଛି ଶ୍ରୀମନ୍ଦିର ମରାମତି କାମ। ଏହିକ୍ରମରେ ଗତବର୍ଷଠାରୁ ଅଟକି ରହିଥିବା ଶ୍ରୀମନ୍ଦିର ମୁଖ୍ୟ ଦ୍ବାର କଳାହାଟ ଦ୍ବାର କାମ ତ୍ବରାନ୍ବିତ ହୋଇଛି। ପୁରୁଣା ଦ୍ବାରକୁ ଖୋଲି ନୂଆ କବାଟ ଲାଗିବା କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାରମ୍ଭିକ କାର୍ଯ୍ୟ ସ୍ବରୂପ କଳାହାଟ ଦ୍ବାର ସ୍ଥାନରେ ନୂଆ କବାଟ ଲାଗିବା ପାଇଁ ନୂଆ ଫ୍ରେମ ସଂଯୋଗ ହୋଇଛି। ବର୍ମା ଟିକ୍ରେ ନିର୍ମିତ ନୂଆ କବାଟ ବି ଶ୍ରୀମନ୍ଦିରକୁ ନିଆଯାଇଛି। ଫ୍ରେମ୍ରେ ଏହାକୁ ସଂଯୋଗ କାର୍ଯ୍ୟ ବି ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ନିର୍ବାହୀ ଯନ୍ତ୍ରୀ ଇଂ. ନରେନ୍ଦ୍ର ଚନ୍ଦ୍ର ରାଉତ କହିଛନ୍ତି, ଏବେ ଫ୍ରେମ୍ ସଂଯୋଗ ସହ ଗ୍ରାଉଟିଂ କାମ ଜାରି ରହିଛି। ନୂଆ କବାଟ ବି ଶ୍ରୀମନ୍ଦିରକୁ ଯାଇ ସାରିଛି। ନୂଆ କବାଟ ଲାଗିବାକୁ କିଛି ସମୟ ଲାଗିବ। ପରେ ଏଥିରେ ନଟ୍ବୋଲ୍ଟ ଦେଇ ଡିଜାଇନ ହୋଇ ରହିଥିବା ରୁପାର ଚାଦର ଲାଗିବ। ସମ୍ଭବତଃ ଆସନ୍ତାକାଲି ଶ୍ରୀମନ୍ଦିରକୁ ରୁପା ଚାଦର ଯିବ ବୋଲି ଇଂ. ରାଉତ କହିଛନ୍ତି। ସୂଚନାଯୋଗ୍ୟ, ଶ୍ରୀମନ୍ଦିରର ଜୟ-ବିଜୟ ଦ୍ବାର, କଳାହାଟ ଦ୍ବାର, ଭୋଗମଣ୍ଡପ ଦ୍ବାର, ସାତପାହାଚ ଦ୍ବାର, ବେହେରଣ ଦ୍ବାର, ମା’ ଲକ୍ଷ୍ମୀ, ମା’ ବିମଳା ଓ ପ୍ରଭୁ ନୃସିଂହଙ୍କ ମନ୍ଦିରର ମୁଖ୍ୟ ଦ୍ବାର ନୂଆ ବର୍ମା ଟିକରେ ନିର୍ମାଣ ସହ ରୁପା ଚାଦର ଆଚ୍ଛାଦନପାଇଁ ଜଣେ ଭକ୍ତ ବର୍ମା ଟକ୍ର କବାଟ ସହ ଆବଶ୍ୟକ ରୁପା ଯୋଗାଇ ଦେଇଛନ୍ତି। ଇତିମଧ୍ୟରେ କଳାହାଟ ଦ୍ବାରକୁ ଛାଡ଼ି ବାକି ଦ୍ବାରରେ ନୂଆ କାଠରେ ନିର୍ମାଣ ସହ ରୁପା ଲାଗି ସାରିଛି। ପରେ ସୂର୍ଯ୍ୟ ମନ୍ଦିର ମୁଖ୍ୟ ଦ୍ବାର ବି ରୁପା ଆଚ୍ଛାଦିତ ହୋଇସାରିଛି।
ଶ୍ରୀମନ୍ଦିର କଳାହାଟ ଦ୍ବାର କାମ ଜାରି: ଲାଗିଲା ଫ୍ରେମ୍, ନୂଆ କବାଟ
/sambad/media/post_attachments/wp-content/uploads/2020/06/jagannatha-temple_571_855.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)