ପୁରୀ: ନୂଆ ପିନ୍ଧି ପଢ଼ୁଆଁ ହେବେ ବଡ଼ଠାକୁର। ଓଡ଼ିଆ ପରିବାରରେ ମାମୁ ଘରୁ ଘରର ବଡ଼ ସନ୍ତାନ/ସନ୍ତତିଙ୍କ ପାଇଁ ନୂଆ ପୋଷାକ ଆସିଥିବା ବେଳେ ବଡ଼ଦିଅଁଙ୍କ ପାଇଁ ମଧ୍ୟ ମଉଳା କ୍ଷେତ୍ରରୁ ଆସିଛି ଭାର। ନିଆଳିସ୍ଥିତ ପ୍ରାଚୀର ଅଧିଷ୍ଠାତା ପ୍ରଭୁ ଶ୍ରୀମାଧବଙ୍କ ପୀଠରୁ ଆଜି ମହା ଆଡ଼ମ୍ବରରେ ଆସିଥିଲା ପଢ଼ୁଆଁ ଭାର। ସଂକୀର୍ତ୍ତନ ସାଙ୍ଗକୁ ପାରମ୍ପରିକ ଖଣ୍ଡା ଖେଳ ଓ ଲଉଡ଼ି ଖେଳ ମଧ୍ୟରେ ଶ୍ରୀମାଧବାନନ୍ଦ ଜିଉଙ୍କ ମନ୍ଦିରର ଶହଶହ ଭକ୍ତ ଭାର ନେଇ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। ଏହି ପଢ଼ୁଆଁ ଭାରକୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଛି।
ମହାପ୍ରଭୁଙ୍କ ଲାଗି ଆସିଲା ପଢ଼ୁଆଁଭାର
/sambad/media/post_attachments/wp-content/uploads/2022/11/4654fsh3hsf132sfhsfhshfhf.jpg)