ସ୍ନାନଯାତ୍ରା: ଅଣସର ପିଣ୍ଡିକୁ ବିଜେ କରୁଛନ୍ତି ଶ୍ରୀଜିଉ

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉମାନେ ୧୦୮ ଗରାରେ ସୁବାସିତ ଜଳରେ ସ୍ନାନ କରିଛନ୍ତି । ସ୍ନାନ ପରେ ଶ୍ରୀଜିଉମାନଙ୍କୁ ଗଜାନନ ବେଶ କରାଯାଇଥିଲା । ଇତି ମଧ୍ୟରେ ସ୍ନାନମଣ୍ଡପରୁ ଶ୍ରୀଜିଉଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଯାଇଛି । ପ୍ରଥମେ ମଦନମୋହନ ଓ ସୁଦର୍ଶନଙ୍କ ପହଣ୍ଡି ବିଜେ ହୋଇଛି । ଗୋଟି ପହଣ୍ଡିରେ ଶ୍ରୀଜିଉ ଅଣସର ଘରକୁ ଯିବେ । ରାତି ୮ଟା ପର୍ଯ୍ୟନ୍ତ ପହଣ୍ଡି ଶେଷ ହେବ । ଏହା ପରେ ୮ଟା ୩୦ରେ ସୁନା ଚିତା ଓ ରାହୁରେଖା ମଇଲମ, ୯ଟାରୁ ୧୨ଟା ମଧ୍ୟରେ ଚାଟି ବନ୍ଧା ନୀତି ହେବ ।

ସେହିପରି ୨୫ ତାରିଖ (ମଧ୍ୟରାତ୍ରୀ) ୧୨ଟା ୩୦ରେ ଦଶ ଅବତାର ବିଜେ, ୧ଟାରେ ମହାସ୍ନାନ, ୧ଟା ୩୦ରେ ମଇଲମ ବେଶ, ୨ଟାରୁ ୩ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ଧୂପ, ଭୋର ୩ଟା ୩୦ରେ ଦକ୍ଷିଣିଘର ରୋଗ ଏବଂ ଜୟ-ବିଜୟ ଦ୍ୱାର ବନ୍ଦ, ବେହେରଣ ଦ୍ୱାର ଫିଟିବା, ସକାଳ ୪ଟାରେ ଅନବସର ନୀତି, ୪ଟା ୫୦ରେ ପଣା ଭୋଗ ଓ ସକାଳ ୫ଟାରେ ବେହେରଣ ଦ୍ୱାର ବନ୍ଦ ଏବଂ ଜୟ-ବିଜୟ ଦ୍ୱାର ଫିଟିବା ନୀତି ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ ଚଳିତ ବର୍ଷ ସାହାଣମେଳା ନୀତି ବନ୍ଦ ରହିବ ।

ସମ୍ବନ୍ଧିତ ଖବର