ପୁରୀ: ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ପୁଣି ଥରେ ହଠାତ୍‌ ବଢ଼ିଯିବାରୁ କଟକଣା ବଢ଼ିଛି। କରୋନାର ପ୍ରଭାବ ପୁରୀ ସହର ଉପରେ ପଡ଼ିଛି। ଆସନ୍ତା ଜାନୁଆରି ୧୦ ତାରିଖ ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଜାନୁଆରି ୩୧ ତାରିଖ ଯାଏଁ ଶ୍ରଦ୍ଧାଳୁୁଙ୍କୁ ଶ୍ରୀମନ୍ଦିର ମନା ରହିବ। ସେବାୟତଙ୍କ ପ୍ରସ୍ତାବ କ୍ରମେ ଆଜି ପରିଚାଳନା ଓ ଛତିଶା ନିଯୋଗ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବାା ଜଣାପଡ଼ିଛି।

Advertisment

publive-image

ସୂଚନାଯୋଗ୍ୟ, କରୋନା କଟକଣା ବୃଦ୍ଧି ଯୋଗୁଁ ଗତବର୍ଷ ଓ ୨୦୨୦ରେ ମଧ୍ୟ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖାଯାଇଥିଲା। ତେବେ କରୋନା ସଂକ୍ରମଣ ଧୀରେ ଧୀରେ କମିବା ପରେ ଶ୍ରୀମନ୍ଦିର ଉପରେ ଲାଗୁ ହୋଇଥିବା କୋଭିଡ କଟକଣାକୁ ଧୀରେ ଧୀରେ କୋହଳ କରାଯାଇଥିଲା। ଗତ ବୁଧବାର ରାଜ୍ୟ ସରକାର ୨୦୨୨ ଜାନୁଆରି ମାସ ପାଇଁ ଗାଇଡଲାଇନ୍‌ ଜାରି କରିବା ପରେ ଆଜି ଠାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଦର୍ଶନ କରିପାରିବେ। ଆସନ୍ତାକାଲି ରାତି ୮ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ହୋଇପାରିବ। କିନ୍ତୁ ରବିବାର ଦିନ ସାଧାରଣ ଦର୍ଶକଙ୍କୁ ଶ୍ରୀମନ୍ଦିର ପ୍ରବେଶ ଉପରେ ରୋକ ଲାଗିବ।