ପୁରୀ: ଆଜି ଏଏସ୍ଆଇର ଏକ ସ୍ବତନ୍ତ୍ର ଟିମ୍ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରିଛନ୍ତି। ଗର୍ଭଗୃହରେ କ’ଣ ସବୁ ଅସୁବିଧା ରହିଛି ଏବଂ କିଭଳି ଭାବେ ଏହାର ମରାମତିର ଆବଶ୍ୟକତା ରହିଛି ସେନେଇ ଅଧିକାରୀମାନେ ଭଲଭାବରେ ଯାଞ୍ଚ କରିଛନ୍ତି। ଯାଞ୍ଚ ପରେ ଏଏସ୍ଆଇ ଓଡ଼ିଶା ମୁଖ୍ୟ ଗଣମଧ୍ୟାମର ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଶ୍ରୀମନ୍ଦିର ରୋଷଘର ଚଟାଣ ମରାମତି କାମ ଆଗାମୀ ୧୦ ଦିନ ଭିତରେ ଶେଷ ହେବ। ଜଗମୋହନ ଓ ନାଟ ମଣ୍ଡପ ସ୍ଥିତି ଠିକ୍ ରହିଛି । କଳାହାଟ ଦ୍ୱାରର ରୁପାଛାଉଣୀ କାମ ଶୀଘ୍ର ଶେଷ ହେବ। ଏହି କାମ କିଛି ଦିନ ହେଲା ଆରମ୍ଭ ହୋଇଯାଇଥିବା ବେଳେ ଏବେ କାରିଗରମାନେ ଅଧିକ ସକ୍ରିୟ ହୋଇଛନ୍ତି। ଶ୍ରୀମନ୍ଦିରରେ ସିସିଟିଭି ଲାଗିବା ନେଇ ଏଏସ୍ଆଇ ଡିଜିଙ୍କୁ ଲେଖାଯାଇଛି। ଅନୁମତି ମିଳିବା ପରେ ଏହି କାମ ଖୁବ୍ ଶୀଘ୍ର ଆରମ୍ଭ ହୋଇଯିବ।
ଶ୍ରୀମନ୍ଦିର ରୋଷଘର ଚଟାଣ ମରାମତି କାମ ୧୦ ଦିନରେ ଶେଷ ହେବ: ଏଏସ୍ଆଇ ଓଡ଼ିଶା ମୁଖ୍ୟ
/sambad/media/post_attachments/wp-content/uploads/2022/03/puri-Temple.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)