ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କଲେ ନୀତି ସହିତ ସଂପୃକ୍ତ ନଥିବା ସେବକ

ପୁରୀ: ନୀତି ସହିତ ସଂପୃକ୍ତ ନଥିବା ପାଳିଆ ସେବକମାନେ ସୋମବାର ଶ୍ରୀମନ୍ଦିର ଗର୍ଭ ଗୃହକୁ ପ୍ରବେଶ କରିଛନ୍ତି। ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ ନେଇ ହାଇକୋର୍ଟ ନିକଟରେ ଏକ ରାୟ ଦେଇଥିଲେ। ରାୟରେ ହାଇକୋର୍ଟ କହିଥିଲେ ଯେ, ଶ୍ରୀଜିଉଙ୍କ ସେବା ସହିତ ଜଡ଼ିତ ସେବାୟତମାନେ କେବଳ ଗର୍ଭଗୃହକୁ ଯାଇ ପାରିବେ। ଏହି ଘଟଣା ପରେ ଶ୍ରୀମନ୍ଦିର ସେବାୟତମାନଙ୍କ ମଧ୍ୟରେ ପ୍ରାୟ ୨/୩ ଦିନ ଧରି ବାଦବିବାଦ ଲାଗି ରହିଥିଲା। ଏପରିକି ଶ୍ରୀମନ୍ଦିର ନୀତିକାନ୍ତିରେ ଅନେକ ବିଭ୍ରାଟ ସୃଷ୍ଟି ହୋଇଥିଲା। ଏହା ପରେ ଗତ ୧୯ ତାରିଖରେ ହାଇକୋର୍ଟଙ୍କ ନିକଟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷ ରଖି ହାଇକୋର୍ଟଙ୍କ କାର୍ଯ୍ୟକାରିତା ନେଇ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ରାୟକୁ ନେଇ ସୃଷ୍ଟି ହୋଇଥିବା ଅଯଥା ବିବାଦକୁ ନାପସନ୍ଦ କରିଥିଲେ କୋର୍ଟ। ଏ ନେଇ ବିରକ୍ତି ମଧ୍ୟ ପ୍ରକାଶ କରିଥିଲେ। ଏହା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା କି ନୀତି ସହ ସଂପୃକ୍ତ ଥିବା ପାଳିଆ ସେବକ ଓ ଅନ୍ୟ ସେବକମାନେ ଗର୍ଭଗୃହକୁ ଯାଇ ପାରିବେ। ଏହି ଅନୁଯାୟୀ ନୀତି ସହ ସଂପୃକ୍ତ ପାଳିଆ ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିଛନ୍ତି।

ସୂଚନାଯୋଗ୍ୟ ଦୀର୍ଘ ୨ ବର୍ଷ ପରେ ଗତ ଏପ୍ରିଲ ୧୬ରେ ଶ୍ରୀମନ୍ଦିର ଜଗମୋହନ ଭକ୍ତଙ୍କ ପାଇଁ ଖୋଲିଥିଲା। ଏହା ପରେ ପ୍ରାୟ ୩ ଦିନ ଧରି ଶ୍ରୀମନ୍ଦିର ନୀତିରେ ବିଭ୍ରାଟ ଦେଖାଯାଇଥିଲା। ଭକ୍ତଙ୍କୁ ମହାପ୍ରସାଦ ମିଳି ନଥିଲା। ଶ୍ରୀମନ୍ଦିରରେ ଅଚଳାବସ୍ଥା ଦେଖାଯାଇଥିଲା।

ସମ୍ବନ୍ଧିତ ଖବର