ଆସନ୍ତାକାଲି ଶ୍ରୀମନ୍ଦିର ଗର୍ଭଗୃହର ଯାଞ୍ଚ ହେବ

ପୁରୀ: ପ୍ରତିବର୍ଷ ଭଳି ଏଥର ବି ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ ହେବ। ସ୍ୱତନ୍ତ୍ର ବୈଷୟିକ ଜ୍ଞାନକୌଶଳ ବିଶେଷଜ୍ଞଙ୍କ ଦ୍ୱାରା ଶ୍ରୀମନ୍ଦିରର ଭିତର ପାର୍ଶ୍ୱ ଯାଞ୍ଚ କରାଯିବ। ଗର୍ଭଗୃହରେ ଜଳୁଥିବା ଦୀପ ଯୋଗୁଁ ଆସ୍ତରଣ ଜମୁଥିବାରୁ ଏହାକୁ ଭଲ ଭାବରେ ନିରୀକ୍ଷଣ କରାଯିବ। ଧୂଆଁକୁ ବାହାରେ ଛଡ଼ାଯିବା ପାଇଁ ଟିମ୍‌ ଅନୁଧ୍ୟାନ କରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ପ୍ରତିବର୍ଷ ଶ୍ରୀଜିଉମାନେ ବଡ଼ଦେଉଳ ଛାଡ଼ି ୯ ଦିନ ପାଇଁ ଶ୍ରୀଗୁଣ୍ଡିଚା ଯାତ୍ରା କରୁଥିବା ସମୟରେ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ ହୋଇଥାଏ। ଏହି ଆଧାରରେ ଚଳିତ ବର୍ଷ ମଧ୍ୟ ଗର୍ଭଗୃହ ଯାଞ୍ଚ ହେବ।

ସମ୍ବନ୍ଧିତ ଖବର