ଫନି ପାଇଁ ପ୍ରଭାବିତ ହୋଇନି ଶ୍ରୀମନ୍ଦିରର ନୀତିକାନ୍ତି, ବାତ୍ୟାରେ ବି ଶ୍ରୀଜିଉଙ୍କୁ ଦର୍ଶନ କରି ଆଶୀର୍ବାଦ ମାଗିଲେ ଭକ୍ତ

ପୁରୀ: ଶ୍ରୀକ୍ଷେତ୍ରରେ ଫନିର ଲ୍ୟାଣ୍ଡଫଲ ହେବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଆଉ ପୁରୀରେ ୧୪୫ରୁ ୧୭୫ କିଲୋମିଟର ବେଗରେ ପବନ ବୋହୁଛି। ତେବେ ଫନି ପାଇଁ ଶ୍ରୀମନ୍ଦିର ନୀତିକାନ୍ତି ଶୁକ୍ରବାର କୌଣସି ପ୍ରଭାବିତ ହୋଇନାହିଁ। ପୂର୍ବ ଦିନ ଭଳି ଆଜି ମଧ୍ୟ ଭୋର ୪ଟା ୪୫ ମିନିଟରେ ଦୈନନ୍ଦିନ ନୀତିକାନ୍ତି ମୁତାବକ ଶ୍ରୀ ମନ୍ଦିରରେ ଦ୍ୱାର ଫିଟାଯାଇଥିଲା।

ସେବାୟତମାନେ ସିଂହଦ୍ୱାରର ମୁଖ୍ୟ ଦ୍ୱାର ନିର୍ଦ୍ଧାରିତ ସମୟରେ ଖୋଲିଥିଲେ। ଆଉ ମନ୍ଦିରକୁ କିଛି ଭକ୍ତ ପ୍ରବେଶ କରୁଥିବାର ଦେଖିବାକୁ ମିଳିଥିଲା। ଭକ୍ତମାନେ ଶ୍ରଦ୍ଧାର ସହିତ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ଭକ୍ତମାନେ ଏହି ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟ ମୁକ୍ତି ପାଇବା ପାଇଁ ଭଗବାନଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା କରିଛନ୍ତି। କାରଣ ପ୍ରଶାସନ ପକ୍ଷରୁ ବୁଧବାର ଠାରୁ ସତର୍କ ସୂଚନା ଜାରି କରିଥିଲା। ତେବେ ଫନିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ବେଶ ସତର୍କତା ଅବଲମ୍ବନ କରିଥିଲା।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତା ୫ ତାରିଖ ଯାଏଁ ୫ ହାତର ବାନା ଲଗାଯିବାକୁ ନିଷ୍ପତି ନିଆଯାଇଛି। ଏଠାରେ ସୂଚନା ଥାଉ କି ନୀଳଚକ୍ରରେ ୧୦ରୁ ୧୨ ହାତର ପତିତପାବନ ବାନା ଲଗାଯାଇଥାଏ

ସମ୍ବନ୍ଧିତ ଖବର