ବାଇ-ଲ ପ୍ରତ୍ୟାହାର ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଶ୍ରୀମନ୍ଦିର ସେବାୟତ

ଭୁବନେଶ୍ବର: ବାଇ-ଲ ପ୍ରତ୍ୟାହାର ହେବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଶ୍ରୀମନ୍ଦିର ସେବାୟତମାନେ ଧନ୍ୟବାଦ ଜଣାଇଛନ୍ତି। ବରିଷ୍ଠ ସେବାୟତ ରାମକୃଷ୍ଣ ଦାସ ମହାପାତ୍ରଙ୍କ ନେତୃତ୍ୱରେ ୧୦ରୁ ୧୫ ଜଣ ସେବାୟତ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ରାମକୃଷ୍ଣ ଦାସ ମହାପାତ୍ର ନିଜର ପ୍ରତିକ୍ରିୟା ଦେଇଛନ୍ତି।

ସେବାୟତ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, ଯାହା ହୋଇଛି ସବୁ ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ‌ଯୋଗୁଁ ହୋଇପାରିଛି। ଭାରତ ସରକାର ବାଇ-ଲ ପ୍ରତ୍ୟାହାର କରିନେଇଛନ୍ତି। ମୁଖ୍ୟମନ୍ତ୍ରୀ କାଲି ପୁରୀ ଯାଇ ଜଗନ୍ନାଥଙ୍କ ପାଖରେ ଯେଉଁଭଳି ପ୍ରାର୍ଥନା କରିଥିଲେ ଓ ଠିକ ବାହାରକୁ ଆସିବା ପରେ ଏହା ପ୍ରତ୍ୟାହାର ହୋଇଛି।

ପୁରୀରେ ଯେଉଁ ସବୁ କାର୍ଯ୍ୟ ହୋଉଛି ତାହା ବନ୍ଦ କରିବାକୁ ଯେଉଁ ଯୋଜନା ହୋଇଥିଲା ତାହା ଭଣ୍ଡୁର ହୋଇଛି। ସେଥିପାଇଁ ପୁରିବାସୀ, ସେବାୟତ ମାନେ ଖୁସି ଓ ଆନନ୍ଦ ଅନୁଭବ କରୁଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାପାଇଁ ଆମେ ସେବାୟତ ମାନେ ଆସିଥିଲୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର