ଭୁବନେଶ୍ବର: ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା। ଆସନ୍ତାକାଲି (ସୋମବାର) ହେଉଛି କାର୍ତ୍ତିକମାସ ପଞ୍ଚୁକ ବ୍ରତର ଅନ୍ତିମ ଦିନ। ଏହି ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନେ ରାଜ ରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ପୂଣ୍ଣିମା ତିଥିରେ ହବିଷ୍ୟାଳି ଓ ଶ୍ରଦ୍ଧାଳୁମାନେ ମହୋଦଧିରେ ସ୍ନାନକରି ଡଙ୍ଗାଭସାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସମାଗମ ହେବେ। ତେଣୁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସେବାୟତଙ୍କ ସହ ଆଲୋଚନା କରିଛି। ଆଜି ସାରାରାତି ଅନେକ ନୀତିକାନ୍ତି ଥିବାରୁ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ପହୁଡ଼ ନୀତି ହୋଇନପାରେ। ଏଥିସହ ସାରାରାତି ଦର୍ଶନ ବ୍ୟବସ୍ଥା ଭକ୍ତଙ୍କ ପାଇଁ ରହିବ ବୋଲି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି। ଅନ୍ୟପକ୍ଷରେ କାର୍ତ୍ତିକ ପୂର୍ଣିମା ପାଇଁ ପୁଲିସ ପ୍ରଶାସନ ୫୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ କରାଯାଇଥିବା ବେଳେ ଶ୍ରୀମନ୍ଦିରରେ ଓ ସମୁଦ୍ରକୂଳରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି।

Advertisment

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି, ଆଜି (ରବିବାର) କାର୍ତ୍ତିକ ମାସର ପଞ୍ଚୁକ ଚତୁର୍ଦ୍ଦଶୀ। ଶ୍ରୀମନ୍ଦିରରେ ଶ୍ରୀଜିଉମାନେ ଡାଳିକିଆ ବା ଲକ୍ଷ୍ନୀନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏହି ବେଶରେ ଶ୍ରୀଜିଉ ମସ୍ତକରେ ସ୍ୱର୍ଣ୍ଣ ଖଚିତ କିଆରେ ସଜ୍ଜିତ କରାଯାଇଛି। କାର୍ତ୍ତିକ ମାସ ତଥା ପଞ୍ଚୁକ ୪ ଦିନ ଶ୍ରୀମନ୍ଦିରରେ ନିତିକାନ୍ତି ଶୃଙ୍ଖଳିତ ହୋଇଥିବା ବେଳେ ଶ୍ରୀଜିଉଙ୍କୁ ଠିକ ସମୟରେ ପହୁଡ଼ କରାଯାଉଛି। ପୂର୍ଣ୍ଣିମାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦୃଷ୍ଟିରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସେବାୟତଙ୍କ ସହ ଆଲୋଚନା କରାଯାଇଛି। ଆଜି ସାରାରାତି ଅନେକ ନୀତିକାନ୍ତି ଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହୁଡ଼ ନୀତି ହୋଇନପାରେ। ଏଥିସହ ସାରା ରାତି ଦର୍ଶନ ବ୍ୟବସ୍ଥା ଭକ୍ତଙ୍କ ପାଇଁ ରହିବ।

କାର୍ତ୍ତିକ ପୂର୍ଣିମାରେ ପୁରୀରେ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କିଭଳି ସୁରୁଖୁରରେ ହେବାସହ ମହୋଦଧିରେ ସ୍ନାନ ସମୟରେ କୌଣସି ଅଘଟଣ ନ ହେଉ ସେଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ଓ ସୁରକ୍ଷା ପାଇଁ ମହୋଦଧିରେ ସ୍ନାନ ସମୟରେ କୌଣସି ଅଘଟଣ ନ ହେଉ ସେଥିପାଇଁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି କରାଯାଇଛି।

ପୁରୀ ଏସ୍‌ପି କେ ବିଶାଲ ସିଂହ କହିଛନ୍ତି, ଲକ୍ଷାଧିକ ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସମୁଦ୍ରକୂଳରେ ମୋବାଇଲ ପାଟ୍ରୋଲିଂ ଭ୍ୟାନ ଓ ସମୁଦ୍ରରେ ସୁରକ୍ଷିତ ସ୍ନାନ ପାଇଁ ୨ଟି ଫେଜରେ ୫୦ଟି ଲାଇଫଗାର୍ଡଙ୍କ ସହିତ ସୁରକ୍ଷାକର୍ମୀମାନଙ୍କୁ ମଧ୍ୟ ମୁତୟନ କରାଯିବା ସହିତ ଅନ୍ୟନ୍ୟ ନୋଳିଆମାନଙ୍କର ମଧ୍ୟ ସହାୟତା ନିଆଯାଇଛି। ଏହା ସହିତ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦୃଷ୍ଟିରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡରେ ଗହଳି ନିୟନ୍ତ୍ରଣ କରାଯିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସିଂହଦ୍ୱାର ପଟେ ପ୍ରବେଶ ଓ ଅନ୍ୟ ତିନି ଦ୍ୱାର ପଟେ ପ୍ରସ୍ଥାନ, ଶ୍ରୀମନ୍ଦିର ଭିତରେ ହାଇସିକ୍ୟୁରିଟି ଜୋନର ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ତେବେ କାର୍ତିକ ପୂର୍ଣିମାକୁ ନେଇ ପୁଲିସ ପକ୍ଷରୁ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବାକୁ ଥିବା ବେଳେ ଆଜି ମଧ୍ୟରାତ୍ରରୁ ଏହି ବ୍ୟବସ୍ଥା ଲାଗୁ କରାଯିବ । ଶ୍ରୀମନ୍ଦିର ଓ ବେଳାଭୂମି ସମେତ ତୀର୍ଥ ପୁଷ୍କରିଣୀ ନିକଟରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।