ପୁରୀ: ଆଉ ମାତ୍ର ୪ ଦିନ ପରେ ଶ୍ରୀକ୍ଷେତ୍ରରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆୟୋଜନ ହେବ। ମହାପ୍ରଭୁଙ୍କ ୯ ଦିବସୀୟ ଘୋଷ ଯାତ୍ରା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚାଇ ସାରିଛନ୍ତି। ରଥଯାତ୍ରାର ମୁଖ୍ୟ ଆକର୍ଷଣ ‘ତିନି ରଥ’ର ନିର୍ମାଣ କାର୍ଯ୍ୟ ଆଉ ୨/୩ ଦିନ ଭିତରେ ଶେଷ ହୋଇଯିବ। ଏହାରି ଭିତରେ ମହାପ୍ରଭୁ ଜ୍ବରରୁ ସୁସ୍ଥ ହୋଇସାରିଛନ୍ତି। ଶ୍ରୀଜିଉଙ୍କ ଅନବସରରେ ସମୟରେ ନିୟୋଜିତ ଥିବା ଦଇତାପତିମାନେ ଏନେଇ ଗଜପତିଙ୍କୁ ଜଣାଇଛନ୍ତି। ଶ୍ରୀଜିଉଙ୍କ ସୁସ୍ଥତା ସମ୍ପର୍କରେ ସୂଚନା ପାଇଁ ଆଜି ଶ୍ରୀନଅରକୁ ରାଜପ୍ରସାଦ ବିଜେ କରିଛି। ଏହି ଅବସରରେ ଦଇତାପତିଙ୍କ ସହ ଗଜପତି ମହାରାଜା ଘୋଷଯାତ୍ରା ସମ୍ପର୍କରେ ଆଲୋଚନା କରିଛନ୍ତି। ମହାପ୍ରଭୁ ସୁସ୍ଥ ଅଛନ୍ତି, ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରନ୍ତୁ ବୋଲି ଗଜପତିଙ୍କୁ ଦଇତାପତିମାନେ ନିବେଦନ କରିଛନ୍ତି।
/sambad/media/post_attachments/wp-content/uploads/2023/06/21c9208c-f0f3-4661-b9f7-3f622166dbe9.jpg)
ସେପଟେ ରଥଯାତ୍ରା ପୂର୍ବରୁ ଆସନ୍ତା ୧୯ ତାରିଖ ଦିନ ଶ୍ରୀଜିଉଙ୍କର ନବ ଯୌବନ ଦର୍ଶନ ହେବ। ମହାପ୍ରଭୁଙ୍କ ଏହି ଅପୂର୍ବ ଦର୍ଶନ ଭକ୍ତଙ୍କୁ ମାତ୍ର ୩ ଘଣ୍ଟା ମିଳିବ। ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସକାଳ ୮ଟାରୁ ୯ଟା ଯାଏ ପରିମାଣିକ ଦର୍ଶନ ବ୍ୟବସ୍ଥା ରହିବ। ପାରମାଣିକ ଟିକେଟଧାରୀମାନେ ଏହି ସମୟରେ ଦର୍ଶନ କରିପାରିବେ। ସେହିଭଳି ସକାଳ ୯ଟାରୁ ୧୧ଟା ଯାଏଁ ସାହାଣମେଲା ଦର୍ଶନ କରିପାରିବେ ଭକ୍ତ। ଏହା ପରେ ଦିନ୧୧ଟାରୁ ସାଧାରଣ ଦର୍ଶନ ବନ୍ଦ ରହିବ।
ପାରମାଣିକ ଟିକେଟର ଦାମ ୧୦୦ ଟଙ୍କା ସ୍ଥିର କରାଯାଇଛି। ସର୍ବ ମୋଟ ୭୦୦୦ ଟିକେଟ ପରିମାଣିକ ଟିକେଟ ବ୍ୟବସ୍ଥା କରାଯାଇଛି। ଦର୍ଶନ ବନ୍ଦ ସମୟରେ ଦିନ ତମାମ ଭକ୍ତମାନେ ବେଢା ପରିକ୍ରମା ସହ ମହାପ୍ରସାଦ ସେବନ କରିବାର ବ୍ୟବସ୍ଥା କରାଯାଇଛି। ସେହିଦିନ ରାତି ନଅଟାରୁ ସେନାପଟା ଲାଗି ନୀତି କରାଯିବା ସହ ରଥ ଯାତ୍ରା ପହଣ୍ଡି ପାଇଁ ଦଇତାପତିଙ୍କ ଦ୍ୱାରା ପ୍ରସ୍ତୁତି ଆରମ୍ଭ ହେବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ପ୍ଲାଟୁନ ଫୋର୍ସ ସହ ମନ୍ଦିର ଭିତର ଓ ବାହାର ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ପୁରୀ ଏସ୍ପି କନୱର ବିଶାଲ ସିଂହ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2023/06/26e8f68b-371c-442b-a24c-28ce6c9e0d1b-e1686836967210.jpg)
ସୂଚନାଯୋଗ୍ୟ, ଅଣସରର ଦ୍ୱାଦଶୀ ତିଥିରେ ଗୁରୁବାର ଶ୍ରୀଜିଉମାନଙ୍କର ରାଜପ୍ରାସାଦ ବିଜେ ନୀତି ଅନୁଷ୍ଠିତ ହୋଇଛି। ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହର କୁ ରାଜପ୍ରସାଦ ବିଜେ କରାଯାଇଛି। ଏକାଦଶୀ ତିଥିରେ ବୁଧବାର ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି କରାଯାଇଥିବା ବେଳେ ଶ୍ରୀଜିଉଙ୍କୁ ଶ୍ରୀ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ ଲାଗି କରାଯାଇଥିଲା। ମହାପ୍ରଭୁ ଆରୋଗ୍ୟ ଲାଭ କରିଥିବା ବେଳେ ଏହି ଖବର ଗଜପତି ମହାରାଜାଙ୍କୁ ସୂଚିତ କରାଇବା ନିମନ୍ତେ ଦଇତାପତି ଓ ବିଦ୍ୟାପତିମାନେ ଶ୍ରୀଜୀଉଙ୍କ ପ୍ରସାଦ ରୂପେ କରାଳ, ଚନ୍ଦନ, ପାଟବସ୍ତ୍ରକୁ ନେଇ ଶ୍ରୀମନ୍ଦିରରୁ ଶ୍ରୀନଅରକୁ ବିଜେ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/60ab30e9-1305-431e-8560-94ba7aacc2f5.jpg)