କେନ୍ଦୁଝର: କେନ୍ଦୁଝର ଜିଲାର ରାଷ୍ଟ୍ର ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ରଥ ବିଶ୍ବର ସର୍ବବୃହତ୍ତ ରଥ ଭାବେ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସ ମାନ୍ୟତା ପାଇଛି। ଗତକାଲି ସନ୍ଧ୍ୟାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଏ ସଂପର୍କରେ ଘୋଷଣା କରାଯାଇଛି। ତେବେ ଏହି ଉତ୍ସବର ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ବଡ଼ଦାଣ୍ଡର ସୌନ୍ଦର୍ଯ୍ୟକରଣ ସଂପର୍କରେ ଜିଲ୍ଲାପାଳ ଏକାଧିକ ଘୋଷଣାମାନ କରିଛନ୍ତି। ତେବେ ଏହି ଅୖବସରରେ ବଡଦାଣ୍ଡକୁ ଐତିହସ୍ଥଳ ଭାବେ ଗଢ଼ିତୋଲିବାକୁ ଜିଲ୍ଲାପାଳ ଘୋଷଣା କରିଛନ୍ତି।

Advertisment

ପୁରୁଣା ବଜାରସ୍ଥିତ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଗତକାଲି ସନ୍ଧ୍ୟାରେ ଏକ ସ୍ବତନ୍ତ୍ର ଉତ୍ସବ ଆୟୋଜନ ହୋଇଥିଲା। ଏହି ଉତ୍ସବରେ ଜିଲ୍ଲାପାଳ ଆଶିଷ ଠାକ୍‌ରେ ଅଧ୍ୟକ୍ଷତା କରିଥିଲେ। ଏହି ଉତ୍ସବରେ ବଳଦେବଜୀଉ ମନ୍ଦିରର ଭୋଗ ମଣ୍ଡପ, ଭଜନ ମଣ୍ଡପ, ସେଡ୍‌, ସ୍ନାନ ମଣ୍ଡପ, ବଡ଼ ଦାଣ୍ଡର ସୌନ୍ଦର୍ଯ୍ୟକରଣ, ମାଉସୀ ମା ମନ୍ଦିରର ସୌନ୍ଦର୍ଯ୍ୟକରଣ ସଂପର୍କରେ ଜଲ୍ଲାପାଳ ଘୋଷଣା କରିଥିଲେ। ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ୫୪୦ ମିଟର ଲମ୍ବ ବିଶିଷ୍ଟ ବଡ ଦାଣ୍ଡରେ ଡ୍ରେନ ଗୁଡିକର ଘୋଡଣୀ ରହିବା ସହିତ ଉଭୟ ପାର୍ଶ୍ବରେ ପେଭର ବ୍ଲକ ପଡିବ। ସେହିପରି ବଡ଼ଦାଣ୍ଡର ବିଭିନ୍ନ ପାଚେରୀ ଏବଂ କାନ୍ଥରେ ବଳଦେବଜୀଉଙ୍କ ପଟ୍ଟଚିତ୍ର ଅଙ୍କନ ହେବ। ଏହି ବଡ଼ଦାଣ୍ଡରେ ଭକ୍ତଙ୍କ ବସିବା ୟପାଇଁ ବ୍ୟବସ୍ଥା ସହିତ ପାନୀୟ ଜଳ ବ୍ୟବସ୍ଥା, ଆଲୋକୀକରଣ ଏବଂ ନିକଟସ୍ଥ ହାଡବନ୍ଧ ପୋଖରୀର ଉନ୍ନନତିକରଣ କରାଯିବା ବୋଲି ସୂଚନା ଦିଆଯାଇଛି।

publive-image

‌ଏହି ଉତ୍ସବରେ ଉପ ଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ବଳଦେବଜୀଉଙ୍କ ରଥକୁ ବିଶ୍ବର ସର୍ବବୃହତ୍ତ ରଥ ଭାବେ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡସ ମାନ୍ୟତା ପାଇଥିବା ସଂପର୍କର ଘୋଷଣା କରିବା ସହିତ ଏ ସଂପର୍କ‌ିତ ସାର୍ଟିଫିକେଟ ପ୍ରଦର୍ଶନ କରିଥିଲେ। ଏହି ଅବସର‌େରେ ଚାରିଗାଁ ପୀଢ଼ କୁଞ୍ଜ ଦେହୁରୀ, ରାଜକିଶୋର ପଣ୍ଡାଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଏସ୍‌ପି ମିତ୍ରଭାନୁ ମହାପାତ୍ର, ଡିଏଫ୍‌ଓ ଧନରାଜ ଏଚ୍‌ଡି ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଓ ଲୋକ ସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ସଂଜୀବ ବାରିକ ସ୍ବାଗତ ଭାଷଣ ଦେଇଥିଲେ।