ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ

ପୁରୀ: ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁ  ଶ୍ରୀଜୀଉଙ୍କ ଦର୍ଶନରୁ ବଞ୍ଚିତ ହେବେ। ଏହି ଦୁଇଦିନ ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।

ପୂର୍ବ ରବିବାର ଭଳି ଆଜି ବି ଶ୍ରୀମନ୍ଦିରର ସାନିଟାଇଜେସନ୍ କରାଯାଉଥିବାରୁ ଶ୍ରୀମନ୍ଦିର ବନ୍ଦ ରହିବ। ଏଣେ ଆସନ୍ତାକାଲି ପବିତ୍ର ବଡ଼ ଏକାଦଶୀ ପଡ଼ୁଥିବାରୁ କାଳେ ଶ୍ରୀମନ୍ଦିରରେ ଦର୍ଶନାର୍ଥୀଙ୍କ ଭିଡ଼ ହେବ, ସେଭଳି ଆଶଙ୍କା ପ୍ରକଟ କରି ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ କରାଯାଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର