ପୁରୀ: ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଜୁନ ୨୯ ତାରିଖ (ବୁଧବାର) ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ଅପୂର୍ବ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତାକାଲି ସକାଳ ୮ଟାରେ ଦ୍ବାର ଫିଟିବା ପରେ ପ୍ରଥମେ ଏକ ଘଣ୍ଟା ପରିମାଣିକ ଦର୍ଶନ ପାଇଁ ଧାର୍ଯ୍ୟ ହୋଇଛି। ଏହା ପରେ ସକାଳ ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ସମୟ ରହିଛି। ବିଶେଷ ନୀତି ସକାଶେ ସକାଳ ୧୦ଟା ୩୦ରୁ ଅପରାହ୍ନ ୨ଟା, ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା, ସନ୍ଧ୍ୟା ସାଢ଼େ ୬ଟାରୁ ରାତି ୯ଟା ଏବଂ ରାତି ୧୦ଟା ୩୦ରୁ ୧୧ଟା ୩୦ ଯାଏଁ ସର୍ବସାରଣ ଦର୍ଶନ ବନ୍ଦ ରହିବ।
ସେହିପରି ଅପରାହ୍ନ ୨ଟାରୁ ୩ଟା ଯାଏଁ ଏକ ଘଣ୍ଟା, ସନ୍ଧ୍ୟା ୬ଟାରୁ ସାଢ଼େ ୬ଟା, ରାତି ୯ଟାରୁ ୧୦ଟା ୩୦ ଏବଂ ରାତି ୧୧ଟା ୩୦ରୁ ୧୨ଟା ୩୦ ଯାଏଁ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହୋଇପାରିବ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜୁନ ୩୦ ତାରିଖ ଭୋର ୪ଟାରୁ ସକାଳ ସାଢ଼େ ୬ ଟା, ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୧ଟା ୩୦ ଯାଏଁ ଏବଂ ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୫ଟା ଯାଏଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ମିଳିପାରିବ। ସେହିପରି ସକାଳ ୬ଟାରୁ ସାଢ଼େ ୬ଟା, ଦିନ ପ୍ରାୟ ସାଢ଼େ ୧୨ଟା ୩୦ ଯାଏଁ ଏବଂ ଅପରାହ୍ନ ୧ଟା ୩୦ରୁ ଅପରାହ୍ନ ସାଢ଼େ ୩ଟା ଯାଏଁ ଦର୍ଶନ ବନ୍ଦ ରହିବ। ଶ୍ରୀଗୁଣ୍ଡିଚା ଯାତ୍ରା ନୀତିକାନ୍ତି ତଥା ନିର୍ଦ୍ଧାରିତ ସମୟରେ ପହଣ୍ଡି ସଂପାଦନ ସକାଶେ ପ୍ରସ୍ତୁତି ପାଇଁ ଉଭାଯାତ୍ରା ଦିନ ସନ୍ଧ୍ୟା ୫ଟା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/3166a4ad-c75a-4ec7-91f7-58016a1e8b4c.jpg)