ଶ୍ରେୟାଂସୀ ‘ସୁପର୍‌ ଟାଲେଣ୍ଟେଡ୍‌ କିଡ୍‌-୨୦୨୧’

୩ ବର୍ଷ ବୟସରେ ବିଚକ୍ଷଣ ସ୍ମରଣ ଶକ୍ତି, ଇଣ୍ଟର୍‌ନାସନାଲ୍‌ ବୁକ୍‌ ଅଫ ରେକର୍ଡରେ ପାଇଲେ ସ୍ଥାନ

ବିଶୋଇ : ‘ଇଣ୍ଟର୍‌ନାସନାଲ ବୁକ୍‌ ଅଫ୍‌ ରେକର୍ଡ’ରେ ସ୍ଥାନ ପାଇ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ କୁନି ଝିଅ ଶ୍ରେୟାଂସୀ ମହାନ୍ତ। ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ୍‌ ଘାଗରାବେଡ଼ା ପଞ୍ଚାୟତ ବାଟିସାହି ଗ୍ରାମର ଶ୍ରେୟାଂସୀ ମାତ୍ର ୩ ବର୍ଷ ବୟସରେ ଜାତୀୟ ଓ ପାରମ୍ପରିକ ପ୍ରତୀକ, ଆକୃତି, ମାନବର ବିଭିନ୍ନ ଅଙ୍ଗ, ବନ୍ୟଜନ୍ତୁ, ପକ୍ଷୀ, ବିଭିନ୍ନ ଦେଶର ଜାତୀୟ ପତାକା, ଗାଣିତିକ ପ୍ରତୀକ, ଉଦ୍ଭିଦର ବିଭିନ୍ନ ଅଂଶକୁ ଚିହ୍ନଟ କରିବାରେ ପାରଦର୍ଶିତା ହାସଲ କରିବା ସହିତ ୧୨ଟି ମାସର ନାମ, ସପ୍ତାହର ସାତ ଦିନ, ସପ୍ତର୍ଷି ମଣ୍ଡଳ, ଗ୍ରହ, ଫଳ, ପନିପରିବା, ଭାରତୀୟ ମୁଦ୍ରା, ଖାଦ୍ୟ, ଓଲଟା ଇଂରାଜୀ ଓ ହିନ୍ଦୀ ଶବ୍ଦ ସମ୍ୱନ୍ଧୀୟ ବର୍ଣ୍ଣମାଳା, ଗ୍ରିକ୍‌ ବର୍ଣ୍ଣମାଳା ଆଦି ଅନର୍ଗଳ ଭାବେ ଉଚ୍ଚାରଣ କରି ବିରଳ କୃତିତ୍ବ ହାସଲ କରିଛନ୍ତି।

ଅଗଷ୍ଟ ୨୩ ତାରିଖରେ ଶ୍ରେୟାଂସୀ ଚୂଡ଼ାନ୍ତ ପ୍ରତିଯୋଗିତାରେ ଭାଗ ନେଇଥିବାବେଳେ ସେପ୍ଟେମ୍ବର ୪ ତାରିଖରେ ତାଙ୍କ ନାମ ‘ଇଣ୍ଟର୍‌ନାସନାଲ୍‌ ବୁକ୍‌ ଅଫ୍‌ ରେକର୍ଡ’ରେ ସ୍ଥାନ ପାଇଥିଲା। ସେପ୍ଟେମ୍ବର ୨୭ ତାରିଖରେ ଶ୍ରେୟାଂସୀଙ୍କୁ ‘ସୁପର୍‌ ଟାଲେଣ୍ଟେଡ୍‌ କିଡ୍‌-୨୦୨୧ ୱାନ୍‌ ଇନ୍‌ ଏ ମିଲିୟନ୍‌’ ଘୋଷଣା କରି ଇଣ୍ଟରନ୍ୟାସନାଲ୍‌ ବୁକ୍‌ ଅଫ୍‌ ରେକର୍ଡ ତାଙ୍କୁ ମେଡା‌ଲ ଓ ପ୍ରମାଣପତ୍ର ପ୍ରଦାନ କରିଛି।

ସୁବ୍ରତ ମହାନ୍ତ ଓ ତୃପ୍ତିଲତା ମହାନ୍ତଙ୍କ ଏକମାତ୍ର ଝିଅ ଶ୍ରେୟାଂସୀ ଅଳ୍ପ ବୟସରୁ ପାଠ ପଢ଼ିବାରେ ରୁଚି ରଖିବା ସହ ନିଜର ବିଚକ୍ଷଣ ସ୍ମରଣ ଶକ୍ତି ପାଇଁ ପୂର୍ବରୁ ଇଣ୍ଡିଆ ବୁକ୍‌ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି।

ସମ୍ବନ୍ଧିତ ଖବର