ଭୁବନେଶ୍ବର: ନ୍ୟାସନାଲ୍ ଆଲୁମିନିୟମ କମ୍ପାନି ଲିମିଟେଡ୍ (ନାଲ୍କୋ)ର ମୁଖ୍ୟ ମହାପ୍ରବନ୍ଧକ (ମାନବ ସମ୍ବଳ) ଆଶୁତୋଷ ରଥଙ୍କୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ମାନବ ସମ୍ବଳ) ଭାବେ ପଦୋନ୍ନତି ମିଳିଛି। ଏହା ପୂର୍ବରୁ ସେ ଇଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ। ସେ କମ୍ପାନିର ପ୍ରତିଭା ପରିଚାଳନା, ସାଂଗଠନିକ ବିକାଶ, କର୍ମଚାରୀଙ୍କ ସହଭାଗିତା ଓ ନୀତି ପ୍ରଣୟନ ଭଳି କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି ।
ତାଙ୍କ ନେତୃତ୍ୱରେ ନାଲ୍କୋ କର୍ମଚାରୀମାନଙ୍କ କାର୍ଯ୍ୟଦକ୍ଷତା ଓ ମନୋବଳ ବଢ଼ିଛି ଏବଂ ରଣନୈତିକ ମାନବ ସମ୍ବଳ ପଦକ୍ଷେପଗୁଡ଼ିକ ତ୍ୱରାନ୍ୱିତ ହୋଇପାରିଛି। ଆଗାମୀ ଦିନରେ ସେ କମ୍ପାନିର ମାନବ ସମ୍ବଳ ବିଭାଗକୁ ଆହୁରି ସୁଦୃଢ କରିବା ସହ ସଂଗଠନର ଉଚ୍ଚ କାର୍ଯ୍ୟଦକ୍ଷତା ଓ ପ୍ରଗତିଶୀଳ ସଂସ୍କୃତିକୁ ବଜାୟ ରଖିବା ନିମନ୍ତେ ଆଶାବାଦୀ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/08/c5160802-f1f2-42b3-b461-54bd8162cea0-2026-03-08-21-50-51.jpg)