ଭୁବନେଶ୍ୱର: ଆଇଏଏସ୍‌ ନିର୍ମଳ ଚନ୍ଦ୍ର ମିଶ୍ରଙ୍କୁ ସୋମବାର ନୂଆ ନିଯୁକ୍ତି ମିଳିଛି। ସେ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍‌ କମିସନ୍‌ (ଓଏସ୍‌ଏସ୍‌ସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ବର୍ତ୍ତମାନ ଅଧ୍ୟକ୍ଷ ମେଜର ଜେନେରାଲ ଭବାନୀଶଙ୍କର ଦାସ ନିଜ କାର୍ଯ୍ୟକାଳ ପୂରା କରି ସାରିବା ପରେ ନୂତନ ଅଧ୍ୟକ୍ଷ ଭାବେ ଆଇଏସ୍‌ ନିର୍ମଳ ଚନ୍ଦ୍ର ମିଶ୍ରଙ୍କୁ ସରକାର ଏହି ପଦରେ ନିଯୁକ୍ତ କରିଛନ୍ତି।