ଭୁବନେଶ୍ବର: ନୟାଗଡ଼ ଜିଲ୍ଲାର ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରୁଷିନାଥ ବରାଳଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉରେ ମିଳିଥିବା ଆୟବହିର୍ଭୂତ ସଂପତ୍ତିର ତାଲିକା ଦେଇଛି ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତିର ଆନୁମାନିକ ମୂଲ୍ୟ ୨ କୋଟି ୭୦ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାଯାଇଛି। ଏତଦବ୍ୟତୀତ ଘର ଖୋଜାଖୋଜି ସମୟରେ ୩୫ ହଜାର ମୂଲ୍ୟର ବିମୁଦ୍ରୀକରଣ ମୁଦ୍ରା (୫୦୦ ଟଙ୍କିଆ ନୋଟ୍) ଜବତ କରାଯାଇଥିଲା। ଏନେଇ ଅଧିକ ତଦନ୍ତ ଜାରି ରହିଛି।
/sambad/media/post_attachments/wp-content/uploads/2021/11/6e101c5f-d01a-4ead-baff-f03ef04912d0-750x430.jpg)
ଭିଜିଲାନ୍ସ ବିଭାଗର ସୂଚନା ଅନୁଯାୟୀ, ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରୁଷିନାଥ ବରାଳଙ୍କୁ ଗିରଫ କରାଯାଇ ଆଜି କୋର୍ଟଚାଲାଣ କରାଯାଇଛି।
ସୂଚନାଯୋଗ୍ୟ, ନୟାଗଡ଼, ଖୋର୍ଦ୍ଧା ଏବଂ ଢେଙ୍କାନାଳ ଜିଲ୍ଲାର ୪ ଟି ସ୍ଥାନରେ ଗତକାଲି ୪ଟି ଟିମ୍ ଏକକାଳୀନ ଭିଜିଲାନ୍ସ କରାଯାଇଥିଲା। ୪ ଜଣ ଡିଏସପି, ୮ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଚଢ଼ାଉ ଚାଲିଥିଲା। ଗତକାଲି ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା, ଗୋଟିଏ ୪ ଚକିଆ ଗାଡ଼ି ଓ ଗୋଟିଏ ଦୁଇ ଚକିଆ ଗାଡ଼ି ଜବତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/rusinath.jpg)